Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

2  

Niranjan Sahu

Others

ବୁଝି ପାରିଲେ ହେଲା

ବୁଝି ପାରିଲେ ହେଲା

1 min
247


ଝିଅ ପଛରେ ଯଦି ଗୋଡେଇବ

         ଜୀବନ ଟା ନଷ୍ଟ ହେବ

କର୍ମ ପଛେ ଗୋଡେଇଲେ ବାବୁ

           ଜୀବନ ଟା ସ୍ୱଚ୍ଛ ହେବ l


କର୍ମ ଛାଡି ଧର୍ମ ପଛେ ଗୋଡେଇଲେ

             ଦାରିଦ୍ରତା ଆସିଥାଏ

ଗୁରୁ ଙ୍କ ପଛରେ ଗୋଡେଇଲେ ବାବୁ

             ସାନିଧ୍ୟତା ମିଳିଥାଏ l


ସତସଙ୍ଗେ ମିଶି ସତକର୍ମ କଲେ

             ସଫଳତା ମିଳିଥାଏ

କୁ ସଙ୍ଗରେ ମିଶି ବାଟବଣା ହେଲେ

             ବିଫଳତା ମିଳିଥାଏ l


ଖାଦ୍ୟଲୋଭେ ବେଶି ଖାଦ୍ୟ କୁ ଖାଇଲେ

             ନନା ରୋଗ ଆସିଥାଏ

ନିଶାଶକ୍ତ ହୋଇ ମଦ୍ୟ ପାନ କଲେ

            ଶରୀର ଟା ନଷ୍ଟ ହୁଏ l


ସମୟକୁ ଯଦି ନଷ୍ଟ କରିବ

         ବିପଦ ଘନେଇ ଥାଏ

ଗୁରୁଜନ ଙ୍କୁ ସମ୍ମାନ ନଦେଲେ

         ଅକାଳ ରେ ମୃତ୍ୟୁ ହୁଏ l


କୁକର୍ମ ପଛରେ ଗୋଡେଇଲେ ବାବୁ

           ନିଶ୍ଚୟ ଶାସ୍ତି ପାଇବୁ

ସୁ କର୍ମ ପଛେ ଗୋଡେଇଲେ ବାବୁ

           ଅବଶ୍ୟ ଶାନ୍ତି ପାଇବୁ l


ଏଇକଥା ସବୁ ମୂଲ୍ୟବାନ ଅଟେ

          ମନେ ରଖିଲେ ହେଲା,

ମନେ ରଖିଲେ କି ଲାଭ ବାବୁ

            ବୁଝି ପାରିଲେ ହେଲା l



Rate this content
Log in