Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଜୀବନ୍ତ ଈଶ୍ବର

ଜୀବନ୍ତ ଈଶ୍ବର

1 min
6.6K


କୁହ କେହି କେବେ ଦେଖିଛକି ବ୍ରହ୍ମା ବିଷ୍ନୁ ଅବା ମହେଶ୍ୱର

ଶୁଣାଅଛି ଜଣେ ସୃଷ୍ଟିକର୍ତା ଜଣେ ପାଳନକର୍ତା ବିଶ୍ୱର ।

ମନ୍ତ୍ର ଜପି ହୋମ ଯଗ୍ୟଁ କରି କେହି ଦେବତା ଦେଖିଛି କହୁ

ମାତା ଯଦି ମତେ ଜନ୍ମ ଦେଇଛନ୍ତି ପାଳିଛନ୍ତି ମତେ ସେହୁ ।

ସମାଜେ ଜଣେରେ ଗଣା ହେବାପାଇଁ ପିତାଙ୍କ ଚେଷ୍ଟା ଅଦମ୍ୟ

ଶାସନ ଆକଟ ଦଣ୍ଡ ସେ ଦିଅନ୍ତି ଶିବ ପରି ପିତା କାମ୍ୟ ।

ତେତ୍ରିଶ କୋଟି ଦେବତାଠୁ ବଳି ପିତାମାତା ପରା ବଡ

ଆଦ୍ୟଗୁରୁ ମା' ପିତା ସିନା ପିତା ଆରମ୍ଭରୁ ପିତା ଭଲ ।

ପିତାମାତା ପଦେ ସରଗ ସମ୍ପଦ ସାକ୍ଷାତ ଦେବତା ସିଏ

ହତାଦର କରି ଦେବତା ପୂଜିଲେ ଦେବତା କି ଫଳ ଦିଏ !

ଆପଣା ସନ୍ତାନେ ଏତେ ସ୍ନେହ ଯଦି ଥିଲେତ କାହାରି ବତ୍ସ

ଆଗକୁ ବହିବା ନଦୀ ଧର୍ମ ସିନା ଭୁଲିବକି କେବେ ଉତ୍ସ !


Rate this content
Log in