ସେଇ ମଧୁମୟ ତମସା ସତେ କି
ସେଇ ମଧୁମୟ ତମସା ସତେ କି
ସେଇ ମଧୁମୟ ତମସା ସତେ କି
ଆଭାକାନ୍ତ ମହାନ୍ତି
ସେଇ ମଧୁମୟ ତମସା ସତେ କି
ଆଉ ଗୋ ଆସିବ ନାହିଁ,
ସେଦିନର ସ୍ୱର ତୋଳି କୋକିଳ କି
ଆଉ ଗୋ ଗାଇବ ନାହିଁ ? । ୦ ।
ସେଦିନ ମଳୟ ନାହିଁ ତ ଆଉ ଗୋ
ନାହିଁ ଅଳି-କଳି ପ୍ରୀତି,
ମଧୁଭିଜା ଜ୍ୟୋତ୍ସ୍ନା ନାହିଁ ଆଉ ଆଜି
ଅଛି ଘୋର ଅମାରାତି ା
ବେପଥୁ ଜାଗୁନି ମନରେ ଗୋ ଆଉ
ମମତା ପଡ଼ିଛି ଶୋଇ । ୨ ।
ବାଉଳା ନିଦରେ ସପନ ଦେଖୁନି
ସେଦିନ ପରି ଗୋ ଆଜି,
ଆଜି କଳ୍ପନାରେ ଶିହରଣ ନାହିଁ
ସେଦିନ ଯାଇଛି ହଜି ା
ପ୍ରେମର କୋଣାର୍କ ପଡ଼ିଛି ଶୋଇ ଗୋ
ଆଉ କି ଉଠିବନାହିଁ ?
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****