Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

2  

Hrushikesh Satpathy

Others

ପ୍ରୀତିପର୍ଣ୍ଣା

ପ୍ରୀତିପର୍ଣ୍ଣା

1 min
444


ପ୍ରିୟତମା ତୁମେ ପ୍ରୀତିପର୍ଣ୍ଣା ମୋର
ଭୁଲିବା ସାମଗ୍ରୀ ନୁହଁ ,
ଦୋଷ ତ କରିନି କାହିଁକି ତାହେଲେ
ଅଭିମାନେ କଥା କୁହ !

ଅଭିମାନ ତୁମ ମାନ ଠୁ ଅଧିକ
କଣେଇ କଣେଇ ହସେ ।
ସେ ହସରେ ଥାଏ ଦରଦୀ ପୀରତି
ଗୋଲାପୀ ଗୋଲାପୀ ବାସେ ।

ଗୋଲାପରେ ସିନା ଗୋଲାପୀ ପାଖୁଡା
ତୁମ ପାଖୁଡା ସୁକାନ୍ତି ।
ପ୍ରୀତିର କଣିକା ବିନ୍ଦୁ ବିନ୍ଦୁ ହୋଇ
ଚୁରି ଚୁରି ହସୁଥା'ନ୍ତି ।

ଅଭିମାନ ତୁମ ଧରା ପଡ଼ିଯାଏ
ସ୍ନିଗ ଓଠର ଧାରେ ।
ରାଗ ଲୁଚିଯାଇ ଅନୁରାଗ ଭାସେ
ମୃଦୁ ମୃଦୁ ଅଧରରେ ।

ସକାଳେ ସୁରୁଜ ସୁନେଲି ମୁରୁଜ
ସଞ୍ଜରେ ସଞ୍ଜ ସଳିତା ।
ମୋ'ପ୍ରାଣ ସ୍ପନ୍ଦନ ପରାଗ ରେଣୁରେ
ସତେକି ଗଜ ମୁକୁତା !

ଆଖି ବି ତୁମର ଅତି ମୋ' ନିଜର
ଲୁଚେଇ ପରାଗ ଛିଞ୍ଚେ ।
ମୋ'ପ୍ରେମ ଇସାରା ତା'ପ୍ରିୟ ସାହାରା
ତା'ପୁଲକେ ସିଏ ବଞ୍ଚେ ।

ଅଭିମାନ ଆଉ କର ନାହିଁ ପ୍ରିୟା
କଲେ,ହେବ ପରାଜିତ ।
ସେମିତି ବି ତୁମେ ଅଭିମାନ ବିନା
ଫୁଟି ହସ ସୁଲଳିତ ।

ପ୍ରୀତିପର୍ଣ୍ଣା ତୁମେ ପ୍ରୀତିରେ ପ୍ରୀତିରେ
ଆହୁରି ମହକି ଯାଅ ।
ଅଭିମାନ ନୁହେଁ ମହକିବା ପାଇଁ
ଇର୍ଷା ସଉତୁଣୀ ହୁଅ ।

ତୁମେ ତ ଈଶ୍ୱରୀ ସୁଲକ୍ଷଣୀ ନାରୀ
ଈଶ୍ୱରଙ୍କ ଶ୍ରେଷ୍ଠ ଦାନ ।
ଇର୍ଷା ତୁମରି ଅତୃପ୍ତ ଅଇରୀ
ତୁମେ ଦିବ୍ୟ,ସିଏ ହୀନ ।

ଉର୍ଦ୍ଧ୍ବରେ ଉର୍ଦ୍ଧ୍ବରେ ଆଶାବରୀ ତୁମେ
ଲଜ୍ଜାରେ ଲାବଣ୍ୟବତୀ ।
କର୍ମରେ ଧର୍ମରେ ସ୍ନେହ ସୁହାସିନୀ
ଅମରାବତୀର ପ୍ରୀତି ।

ନାରୀ ତୁମେ ନମ୍ର ନୟନର ତାରା
ତ୍ୟାଗର ଜାହ୍ନବୀ ଜହ୍ନ ।
ସୌନ୍ଦର୍ଯ୍ୟ ବୋଧର ସୁଗମ ସଙ୍ଗୀତ
ନମସ୍ୟ ତୁମ ଜନମ ।


Rate this content
Log in