Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

3  

SARATA KUMAR DAS

Others

ଖୋଜେ ମୁଁ ତୁମକୁ ( ସନେଟ୍)

ଖୋଜେ ମୁଁ ତୁମକୁ ( ସନେଟ୍)

1 min
474



ଖୋଜେ ମୁଁ ତୁମକୁ ନୀଳ ନୀଳିମାରେ ଖୋଜେ ଧରଣୀର ବୁକେ

ଖୋଜେ ମୁଁ ତୁମକୁ ସାଗରର ଗର୍ଭେ ଖୋଜେ ମଳୟ ମହକେ।

ଖୋଜେ ମୁଁ ତୁମକୁ ଅମା ଅନ୍ଧକାରେ ଖୋଜେ ମୁଁ ଜ୍ୟୋସ୍ର୍ନାର ଧାରେ

ଖୋଜେ ମୁଁ ତୁମକୁ ବୈଶାଖୀ ତାତିରେ ଖୋଜେ ବରଷାର ସୁରେ ।


ଖୋଜେ ମୁଁ ତୁମକୁ ମ୍ଳାନଗୋଧୂଳିରେ ଖୋଜେ ନିଶାର ଝଂକାରେ

ଖୋଜେ ମୁଁ ତୁମକୁ କାଠ ପାଷାଣରେ ଖୋଜେ ମୁଁ ମନ୍ତ୍ରର ସୁରେ

ଖୋଜେ ମୁଁ ତୁମକୁ ତାରାଫୁଲମେଳେ ଖୋଜେମୁଁ ଚନ୍ଦ୍ରମାକୋଳେ

ଖୋଜେ ମୁଁ ତୁମକୁ ସିଆଳି ଲଟାରେ ଖୋଜେ ମୁଁ ଶିଖର ଚୂଳେ।


ଖୋଜେ ମୁଁ ତୁମକୁ ମନ୍ଦିର ବେଢାରେ ଖୋଜେ ମସଜିଦ ଦ୍ବାରେ

ଖୋଜେ ମୁଁ ତୁମକୁ କୋରାନ ପୃଷ୍ଠାରେ ଖୋଜେ ବେଦରପୃଷ୍ଠାରେ

ଖୋଜେ ମୁଁ ତୁମକୁ ରାସକୁଂଜେ କେବେ ଖୋଜେ ଯମୁନାରକୂଳେ

ଖୋଜେମୁଁ ତୁମକୁ ଗୋପଦାଣ୍ଡେ କେବେ ଖୋଜେ ଗୋପାଙ୍ଗନା

ମେଳେ ।।


ମନଟି ମୋ'ର ନିତ୍ୟ ବୃନ୍ଦାବନ ହୃଦୟ ମୋ ନୀଳ କନ୍ଦର

କସ୍ତୁରୀ ଲୋଭରେ ଭ୍ରମେ ଚଉଦିଗେ ମିଥ୍ୟା ଅଳିକ ସଂସାର ।।

--------------'-----------------

ଶରତ କୁମାର ଦାସ,ବଡବିଲ ମହାବିଦ୍ୟାଳୟ,ବଡବିଲ ।


Rate this content
Log in