ପରିଚୟ
ପରିଚୟ
1 min
157
ପରିଚୟ. ପ୍ରତାପ ନାୟକ
+++++ 7008054282
ପାନ୍ଥଶାଳା ଭଳି ଜୀବନ ବୁଝେନା
କିଏ ଆସେ କିଏ ଯାଏ
କିଏ ମନେରହେ ଅନେକ ଦିନକୁ
କିଏ ଭୁଲିହେଇ ଯାଏ।୧।
ଅଂଗାର କଳାରେ କାହା ହସ୍ତାକ୍ଷରେ
କାହା ନାମ ଲେଖାହୁଏ
କେଉଁ ପଥିକର ମନର ଭାବନା
କାହା ଆଖି ଦେଖିଥାଏ।୨।
କାହା ହୃଦ ବାର୍ତ୍ତା ଉଲୁସାଏ ଛାତି
କେ ପୁଣି ମୁରୁଛି କାନ୍ଦେ
ଅକୁହା କଥାକୁ କିଏ ସେ ସୁମରି
ଜୀବନ ଜୁଇରେ ବାନ୍ଧେ।୩।
ଏତେ ସପନକୁ ରାତିନାହିଁ ବୋଲି
ପଚାରେ ସେ ପାନ୍ଥଶାଳା
ଆରଥରକୁ ତୁ ଆସିଲେ ହେ ବନ୍ଧୁ
ହେବୁ ନିଶ୍ଚେ ରଜଶ୍ୱାଳା।୪।
ଉତ୍ତର ତୋହର ଧରି ରଖିଥିବି
ପ୍ରୀୟାକୁ ତୋର ପଚାରି
ବନ୍ଧୁ ହେଇ ତୋର ମନ ଦରିଆରେ
ଦେବି ମୁଁ ସବୁ ଓଜାରି।୫।