Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ତୁମ ଗାଆଁ ଯାତ ଦେଖିବାକୁ ଗଲା

ତୁମ ଗାଆଁ ଯାତ ଦେଖିବାକୁ ଗଲା

1 min
13K


ତୁମ ଗାଆଁ ଯାତ ଦେଖିବାକୁ ଗଲା

 

ଆଭାକାନ୍ତ ମହାନ୍ତି

 

ତୁମ ଗାଆଁ ଯାତ          ଦେଖିବାକୁ ଗଲା

       ଆମ ଗାଁ ପୂନେଇଁ ଜହ୍ନ,

ଫେରିଥିଲା ଦୁଃଖେ        ଚୋରାଇଲା ବୋଲି

       ତୁମ ଗାଁ କଇଁ ତା ମନ । ୦ ।

 

ଗଲାବେଳେ ସିଏ         କେତେ କରି ତାକୁ

       ବୁଝାଇ ମୁଁ କହିଥିଲି,

ଜଗିବୁ ନିଜକୁ             ସେ ଗ୍ରାମେ ଅଛନ୍ତି

       ମୋହିନୀ-ମନ୍ତର-ବାଲୀ,

ନେଡ଼ି ଗୁଡ଼ ଏବେ         କହୁଣି ଛୁଉଁଛି

       ଡଉଲ ଚେହେରା କ୍ଷୀଣ । ୧ ।

 

ନାଗ ଚୁଚୁନ୍ଦରା            ଧରିଲେ ଯେସନ

       ନା କାଢ଼ଇ, ନା ଗିଳଇ,

ଏ ବିଷୟେ ଜହ୍ନେ         ପଚାରିଲେ ରୁହେ

       ମେଘରେ ମୁହଁ ଲୁଚେଇ,

କଇଁଠାରୁ ବୁଝି             ବାତେନି ଦେବ ଗୋ

       ଆସିବ ଯେବେ ପବନ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in