Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

2  

Prasanna Kumar Madala

Others

ଅଟକି ଯାଇଛି କଣ୍ଟା

ଅଟକି ଯାଇଛି କଣ୍ଟା

1 min
186


ଘଡି ଆଗେ ବଢି    ସମୟ ସୂଚାଏ

ସେକେଣ୍ଡ ମିନିଟ ଘଣ୍ଟା

କାଳର କରାଳ   ପ୍ରଭାବରେ ଦିନେ

ଅଟକି ଯାଇଛି କଣ୍ଟା ।


ରକ୍ଷଣାବେକ୍ଷଣ   ଥିବା ଯାଏଁ ସିନା

ଘଡି କରେ ନିଜ କାମ

ଦୀର୍ଘକାଳ ଯାଏଁ  ଅବହେଳା କଲେ

ଯନ୍ତ୍ର ହୋଇପାରେ ଜାମ ।


ପରିତ୍ୟକ୍ତ ଏକ  କୋଠରୀ ମଧ୍ୟରେ

ଘଡି ଯେବେ ପଡିରହେ

ଆତଯାତ ବିନା  କାଳ ବ୍ୟବଧାନେ

ଲାଗଇ ଅଳନ୍ଧୁ ବହେ ।


କେଡେ ବିଡମ୍ବନା   ଚାଲୁଥିଲା ଯିଏ

ସମୟକୁ ଦେଇ ତାଳ

ଲାଗଇ ବିଚିତ୍ର   ଚତୁର୍ପାର୍ଶ୍ବେ ଘେରି

ବୁଣିଗଲା କିଏ ଜାଲ ।


ଚେତନା ଜାଗିଲେ   ବିଚ୍ଛିନ୍ନ ସମ୍ପର୍କ

ଯୋଡା ଯାଇପାରେ ଭାଳି

ସମୟ ସାଥିରେ ତାଳ ଦେଇ ଆମେ

ସଭିଏଁ ପାରନ୍ତେ ଚାଲି ।


ସଶରୀରେ କେହି ସାନିଧ୍ୟରେ ଥିଲେ

ଲାଗୁଥାଏ ସିନା ନିଜ

ଦୂରେ ରହିଗଲେ  ସମ୍ବନ୍ଧ ଅଭାବେ

ଅଲୋଡ଼ା ଅମୂଲ୍ୟ ଚିଜ ।


ପରସ୍ପର ପ୍ରତି    ଯତ୍ନ କଲେ ସିନା

ସମ୍ପର୍କ ମଧୁର ରହେ

ଯନ୍ତ୍ର କି ମାନବ  ନଯୋଡିଲେ ଭାବ

ଏମନ୍ତ ଅବସ୍ଥା ସହେ ।


Rate this content
Log in