ବନ କୋଇଲି ଗୋ !
ବନ କୋଇଲି ଗୋ !
ବନ କୋଇଲି ଗୋ !
ଆଭାକାନ୍ତ ମହାନ୍ତି
ବନ କୋଇଲି ଗୋ ! ବିରହୀ ମୋ ମନ
କୁହୁକୁହୁ ଆଉ ଗାଅନି
ଅମାନିଆଁ ହେଲା ଜିଦିଆ ବସନ୍ତ
ମୋ ନେହୁରା ତାକୁ ଛୁଁଉନି । ୦ ।
ଏଇ ତ ଟିକିଏ ଆଗୁ ଆସିଥିଲା
ଦୁଆର ସଜନା ଡାଳେ ବସିଗଲା
"ବୁକୁଚାଫିଟା' ଗୋ ହଳଦୀବସନ୍ତ
ଡାକିଲା ତା କଥା କୁହନି । ୧ ।
ମନେ ମୋ ମଳୟ ଭରିଲା ଡହକ
ଭଲ ଲାଗୁନାହିଁ ଫୁଲର ମହକ
ମନ ଆଉଟଇ ପ୍ରକୃତିର ଛଟା
ସ୍ମୃତି ଛାଡି କ୍ଷଣେ ରହୁନି । ୨ ।
ଭଲ ଲାଗୁନି ଗୋ ଦେଖି ଗଛ ଡାଳେ
ପ୍ରେମେ ଗୁମରନ୍ତି ସେ ପକ୍ଷୀ ଯୁଗଳେ
ଫୁଲର ଅଳିର ପ୍ରେମେ ଖେଳିବାଟା
ଜାଣି ଆଉ ଦେଖି ହେଉନି । ୩ ।
ନୂଆସାହି, ବିଡ଼ାନାସୀ
କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧