Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others

3  

pratap nayak

Others

ତୃପ୍ତିର ବାକ୍ସଗଛ

ତୃପ୍ତିର ବାକ୍ସଗଛ

1 min
457


ତୃପ୍ତିର ବାକ୍ସଗଛ. ପ୍ରତାପ ନାୟକ

$$$$$$$$ 7008054282

ଏମିତି ଟିକେ ବଂଚୁ ବଂଚୁ ଜୀବନ

କଥା ହେଇଯିବା ସରୁ ସରୁ ଚଲାପଥ !

କେଜାଣି କେତେବେଳେ

ତୁମେ ଥିବ ମୁଁ ନଥିବି ?

କି ମୁଁ ଥିବି ତୁମେ ନଥିବ?

କି ଦୁହେଁ ଥିଲାବେଳେ

ନଥିବ ନିକାଞ୍ଚନ

କି ନଥିବ ଏକାନ୍ତ ସମୟ?

କହିବାକୁ ମନ ଚାହୁଁଥିବ .....

ହେଲେ କଥା ଅଟକୁ ଥିବ ଭିତରେ... ଛାତିରେ ରୁନ୍ଧି ହେଉଥିବ.....

ଆଖିରେ ହୁଏତ ବୁଝି ହେଉଥିବ

ମୋ ଭିତର ତପସ୍ୟା !

ପୁଣି ତମେ ବୁଝି ହେଉଥିବ ନବୁଝିଲା ପରି.....

କେମିତି ସାରିଦେବି ବାଟ ତମେ କହୁନ?

ତମେ କହୁନ ତୃପ୍ତିର ବାକ୍ସଗଛ

କେମିତି ମଉଳେଇ ଦେବି

ବିନା ପାଣି ଦେଇ ?

ସଫେଦ ଚାନ୍ଦୁଆ ପରା

ଘୋଡିଦେବ ମୋତେ .......

ଏଇ ଶେଷକଥା କହିବା ପାଇଁତ

ଏତେ ଫିକର ମୋର .....

ଏତେ ଫିକର ମୋର !

ଏମିତି ଟିକେ ବଂଚୁ ବଂଚୁ ଜୀବନ

କଥା ହେଇଯିବା ସରୁ ସରୁ ଚଲାପଥ


Rate this content
Log in