ସେ ଜଣେ ନାରୀ
ସେ ଜଣେ ନାରୀ
1 min
382
ସେ ଓ ମୁଁ ଏକ ନିରୁତ୍ତର
ପ୍ରଶ୍ନବାଚି ?
ମୁଁ ତା ଦୁନିଆଁକୁ ଛାଡ଼ି ଦେଲି
ତଥାପି
ମୁଁ ସେଥିରେ ବଞ୍ଚି ରହିଛି,
ତା ଅସ୍ତିତ୍ବ କୁ ଭୁଲିଗଲି
ତଥାପି
ସେ ମୋ ଭିତରେ ବଞ୍ଚି ରହିଛି,
ସେ ମୋ ଦୁନିଆଁକୁ ଛାଡି ଚାଲିଗଲା
ତଥାପି
ତା ଜୀବନରେ ସେ ମତେ ବଞ୍ଚାଇରଖିଛି,
ମୁଁ ତା ପାଇଁ ପ୍ରେମର ସୁନ୍ଦର ସ୍ମାରକି ସୌଧଟିଏ ବନାଇ ଦେଲି
ଆଉ
ତା ଭିତରେ ନିରୁପାୟ ହୋଇ ମୃତବତ୍ତ ଜୀବନ୍ତ ପୁତ୍ତଳିକାଟିଏ ବନାଇ ଛାଡି ଦେଇ
କାନ୍ଥରେ ଲେଖିଦେଲି,
ସେ ଓ ମୁଁ ଏକ ନିରୁତ୍ତର ପ୍ରଶ୍ନବାଚୀ ?
ସେ ଜଣେ ନାରୀ--------!