Audio

Forum

Read

Contests

Language


Write

Sign in
Wohoo!,
Dear user,
କବିତା
କବିତା
★★★★★

© Kulamani Sarangi

Others

1 Minutes   6.9K    5


Content Ranking

ଦେଶ ସ୍ବାଧୀନତା ହେବା ପାଖାପାଖି ସତୁରିବର୍ଷ ହେଲାଣି, ସ୍ବାଧୀନତା କୋଉ ଗଛ ଫଳ ବୋଲି ମକୁନ୍ଦା ନପାରେ ଜାଣି। ଛୋଟଜାତି ପିଲା ବୋଲି କିଲାସରେ ଝୁଅ ଅଲଗା ବସୁଚି, ଆମ୍ବେଦକରଙ୍କ ବେକେ ଫୁଲମାଳ ସୁନ୍ଦର ଶୋଭା ପାଉଚି। ଗାଁ ପୋଖରୀରେ ଅଲଗା ତୁଠରେ ଗାଧାଏ ତିରିଲା ତାର, ଏଣେ ସରପଞ୍ଚ ଭାଷଣ ଝାଡୁଚି ଛୁଆଁଛୁତି ଦୂରକର। ଆରକ୍ଷଣ ଫାରକ୍ଷଣ ବଡ ବଡ କଥା କହାଶୁଣା ଖାଲି। ତେଲିଆ ମୁଣ୍ଡରେ ତେଲ ବୋଳାହୁଏ ତା ଝୋଲି ପଡିଚି ଖାଲି। ଦଶକୋଶ ଦୂରେ ଡାକତରଖାନା କାହାକୁ ଶୀତଳ କହ? ପୋଖତୀ ମାଇପି ପାଇଁ ସେଠାରେ ଯେ ବେବସ୍ଥା ସେ କିଛି ନୁହଁ। ଡାକ୍ତରଖାନାରେ ଡାକତର ନାହିଁ ଛୁଞ୍ଚି ଫୋଡୁଚି ବେହେରା, ସବୁ ରୋଗ ପାଇଁ ହଜିମୀ ଓଷଦ ପିଆଉଚି ସେ ବିଚରା। ପାଣି ଅଭାବରେ ଡହକ ବିକଳ କୁଅରେ ଡେଉଁଚି ତମ୍ପ, ବୋଝ ଉପରକୁ ନଳିତାବିଡା ଏ ସୂରୁଜ ଦେବତା କୋପ। ଚାଷ ପାଇଁ ରୃଣ ଦେଉଛନ୍ତି ବୋଲି ସରକାର କଲେ ହୁରି, ମୂଳ ଗଡୁଥାଏ ,ସୁଧ ସବୁବର୍ଷ ନେଉଥାନ୍ତି ବିଧାମାରି। ଚୋର ଖଣ୍ଟ ଯେତେ ଧରନ୍ତୁ ସର୍କାର କେଉଁଲାଭ ମକୁନ୍ଦାକୁ? ମାଲିଆ ଭାଇର ମାଲରୁ କିଛି ଦେବେକି ସର୍କାର ତାକୁ? ଚମତ୍କାର ହେବ ବୋଲି ଚାହିଁ ଚାହିଁ ଆଖିରୁ ମଲାଣି ପାଣି, ଭଲଦିନ କେବେଆସିବ ସେକଥା ମକୁନ୍ଦା ନପାରେ ଜାଣି। ଆଳୁ କିଲୋ ଥିଲା କାଲି ଦଶଟଙ୍କା ଏବେ ହେଲାଣି କୋଡିଏ, ତେଲ ନୁଣ ଭାଉ ଆଜି ତଳେ ଥାଉଁ କାଲିକି ଆକାଶ ଛୁଏଁ। ଏହା ଯେବେ ସ୍ବାଧୀନତା ପରାଧୀନ କାହାକୁ କହନ୍ତି କୁହ, ବଡ ମନଦୁଃଖେ ପଚାରେ ମକୁନ୍ଦା ଉତ୍ତରଟି ତାକୁ ଦିଅ।

Kulamani Sarangi

କବିତା

Rate the content


Originality
Flow
Language
Cover design

Comments

Post


Some text some message..