Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ସର୍ବାନ୍ତ ସ୍ମରଣ

ସର୍ବାନ୍ତ ସ୍ମରଣ

1 min
12.6K


ସର୍ବାନ୍ତ ସ୍ମରଣ

 

ଆଭାକାନ୍ତ ମହାନ୍ତି

 

ସରଗ ଶାନ୍ତିରୁ ସର୍ବାନ୍ତ ସୁମରେ ତା ଶେଷ ସଂସାର ସ୍ମୃତି

ଚେତନରେ ଚିନ୍ତେ ଚରମ ଚରଣ ଚଲାଖ ଚର୍ଯ୍ୟାର ରୀତି ।

ଶାସକଶ୍ରେଣୀରେ ସଂଯମ ସାଧନେ ସଂଖୋଳିବା ସୂତ୍ରଧାରା

ଗରିଷ୍ଠେ ଗର୍ହିତ ଗୁଣ ଗୋଟାଉନି, ଗଣେ ଗଣତନ୍ତ୍ରେ ପରା ।

ଅଧିଷ୍ଠିତ ଅଧିପତି ଅଧିକାର ଆବେଶେ ଅଳ୍ପ ଅନ୍ୟାୟ

କରିବାଟା କିଛି କରିନି ଅକୀର୍ତ୍ତି ଏ କାଳ କାହାଣୀ ପ୍ରାୟ ।

ପର ରାଷ୍ଟ୍ରେ ପଶି ପ୍ରଭୁତ୍ୱ ପରଖା ପାଇଁ ପଇଠିନି ପଣ

ତାଲିବାନ ତର୍କ ତିଆରିନି, ତେବେ କିଆଁ ତୟ ଅବସାନ ?

ବଳୁଆର ବଳ ବଶତା ବର୍ଜନ ବରିଥିଲା ବୀରୋଚିତେ

ସ୍ୱାଧୀନ ଶାସକ ସଂଖୋଳିବ ସୁଖେ କାହିଁ ଶଠତାର ଶାସ୍ତ୍ରେ ।

ପର୍ଯ୍ୟାପ୍ତ ପରୀକ୍ଷା ପାଇନି ପ୍ରମାଣ ପ୍ରଚାରର ପରିଚୟେ

ବରଂ ବାଢ଼ିଦେଲା ବିଶ୍ୱ ବଇଠକେ ବାଧ୍ୟତା ବହପ ବୋଏ ।

ଅହମିକା ଆସି ଆରମ୍ଭିଲା ଆଳ ଆଇନେ ଅମାନ୍ୟ କରି

ଆଗେଇ ଆସ୍ପର୍ଦ୍ଧା ଆଙ୍କିଲା, ଆସିନି ଜଣେ ଆଇନି ଆବୋରି ।

ଦେଖାଣିଆ ଦମ୍ଭେ ଦୁର୍ଦ୍ଦଶା ଦେଲା ଯା' ଦୁନିଆ ଦେଖି ବି ଦୁଃଖୀ

ହେଲେ ହତଭାଗ୍ୟେ ହାବୋଡ଼ିଲେ ନାହିଁ, ହଇରାଣେ ହେଲେ ସାକ୍ଷୀ ।

ବଂଶବୁଡ଼ା ବାର୍ତ୍ତା ବିବଶେ ବଳାଇ ନାହିଁ ବାହୁବଳୀ ବନ୍ଦୀ

ବରଂ ବଡ଼ିମାଟା ବର୍ତ୍ତମାନେ ବଞ୍ଚୁ ବରିଲା ବିବର କନ୍ଦି ।

ଗୁଇନ୍ଦା ଗହଳ ଗରିମା ଗୋଳରେ ଗଳିକନ୍ଦି ଗଣୁଥିଲେ

ଭର୍ତ୍ସିତ ଭେଦୁଆ ଭେଦର ଭେଦାରେ ଭୀରୁତାରେ ଭିଡ଼ିନେଲେ ।

ଆସ୍ପର୍ଦ୍ଧା ଆମନ୍ତ୍ରି ଆଇନକୁ ଆଖି ମାରୁଥିଲା ଆଢୁଆଳେ

ନ୍ୟାୟ ନିୟମଟା ନଇଁଲା ନିଶ୍ଚିତ ନିଷ୍ପତ୍ତିର ନଗ୍ନ ଖେଳେ ।

କଟୁ କୂଟନୀତି କେତେଦିନ ଆଉ କରୁଥିବ ମନ ମାନି

ପରୋକ୍ଷେ ପରମ ପ୍ରଭୁତ୍ୱେ ପାସୋରେ ପଳେ ମାତ୍ର ପ୍ରାଣ ଘେନି ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in