ଅହଂକାର-ତମେ ଚାଲି ଯାଅ
ଅହଂକାର-ତମେ ଚାଲି ଯାଅ
ଅହଂକାର-ତମେ ଚାଲି ଯାଅ
ଅହଂକାର ! ଏ କଣ କରୁଛ , ତମେ ମତେ ଧୀରେ ଧୀରେ କରୁଛ ଗ୍ରାସ , ଅତୀତରେ ଅନେକ ପ୍ରତାରଣା ଦେଇ ସାରିଛ , ମୋ ପାଖରେ ତମରି ସ୍ଥାନ ନାହିଁ ତୁମେ ଅଜ୍ଞାନ, ସର୍ତ୍ତମୂଳକ, ଭ୍ରମାତ୍ମକ , ଆଜି କିନ୍ତୁ ତମେ ଚାଲିଛି, ମତେ ବି ଅଜଗର ଭଳି ଗ୍ରାସ କରିବାକୁ ପ୍ରୟାସ କରୁଛ , ମତେ କିନ୍ତୁ ତମରି ରାସ୍ତାରେ ଯିବାର ନାହିଁ , ଚେତନା, ଜ୍ଞାନ, ବୋଧ, ମାର୍ଗରେ ବାଛିନେବି ପ୍ରତିଦ୍ବନ୍ଧୀ ,
ଶ୍ରେଷ୍ଠତାର ପ୍ରମାଣିତ ଦେବି ମାନବିକ ମୂଲ୍ୟବୋଧ କୁ କରି ସାଥୀ, ତମେ ତ ମିଛର ତିମିଶ ଅନ୍ଧାର, ମୋର ଦରକାର ଜ୍ଞାନର ଆଲୁଅ, ତେଣୁ , ଅହଂକାର ତମେ ଚାଲି ଯାଅ , ଅହଂକାର ତମେ ଚାଲି ଯାଅ ।
ରାମପ୍ରସାଦବିଶୋଇ , (କାଶ୍ୟପ) ତା-୨୯-୦୬-୧୬ ଅପରାହ୍ଣ-୦୩-୨୨ ମିନିଟ , ରାୟଗଡ଼ା ।