ବେସୁରା ଗୀତି-୭୦୨
ବେସୁରା ଗୀତି-୭୦୨
1 min
6.8K
ବର୍ଷା ଗୋ ତୁମେ କହି ଦିଅ ଥରେ
କାହିଁକି ଢାଳୁଛ ଏତେ ଲୁହ
ଆଖିରେ ତୁମର ଅଗ୍ନି ସ୍ଫୁଲିଙ୍ଗ
ଛାତି ତଳେ ଅସରନ୍ତି କୋହ ॥
କିଏ ସେ ତୁମକୁ ହତାଦର କଲା
କିଏ ବା କହିଲା ଟାଣ କରି
ହୃଦୟେ ତୁମର ବ୍ୟଥାର ଲହରୀ
ଆଖିରୁ ଲୋତକ ଯାଏ ଝରି ॥
ଇନ୍ଦ୍ରଧନୁର ରଙ୍ଗର ରୋଷଣୀ
ପାରୁନି ତୁମକୁ ଶାନ୍ତ କରି
ବିଜୁଳି ଯେତେବେଳେ ସ୍ମିତ ହସ ହସେ
କ୍ରୋଧେ ଶୁଭେ ତୁମ ଘଡ ଘଡି ॥
ବର୍ଷା ଗୋ ତୁମେ ପ୍ରେମିକ ପ୍ରାଣରେ
ହଜିଲା ସ୍ମୃତିକୁ ଝଲସାଅ
ଭିଜା ଭିଜା ସ୍ଵରେ ପ୍ରୀତିର ସଙ୍ଗୀତ
ନିତି ନିତି ତୁମେ ଗାଉଥାଅ ॥
ବର୍ଷା ତୁମକୁ ରହିଲା ମୋ ରାଣ
ଆଖିରୁ ଲୋତକ ଝରାଅନି
ଭଙ୍ଗା ମନ ସବୁ ଯୋଡି ଦିଅ ଆଜି
ପ୍ରୀତିର କର ଅବାହନୀ ॥