Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ସାତ ସମୁଦ୍ରର ସେପାରିରେ ଯହିଁ

ସାତ ସମୁଦ୍ରର ସେପାରିରେ ଯହିଁ

1 min
6.6K


ସାତ ସମୁଦ୍ରର ସେପାରିରେ ଯହିଁ

 

ଆଭାକାନ୍ତ ମହାନ୍ତି

 

ସାତ ସମୁଦ୍ରର ସେପାରିରେ ଯହିଁ

       ସୂରୁଯ ପୋତଇ ମଥା

ସେଇଠୁ ସମୀର ଆସି ଶୁଣାଇଲା

       କେତେ କଥା କେତେ ବ୍ୟଥା । ୦ ।

 

ଆସିଲାବେଳକୁ ଆସିଥିଲା କାଳେ

       ତୁମ ଗାଆଁ ବାଟ ଦେଇ

ପଚାରିଲି ଯେବେ କହିଲା - ତୁମର

       ଚିହ୍ନବର୍ଣ୍ଣ ସେଠି ନାହିଁ

ମୋତେ କଣ୍ଟ ଦେଇ କା' ହାତ ଧରିଲ

       ବଢୁଛି ଏବେ ମୋ ଚିନ୍ତା । ୧ ।

 

ଦୋଷ ମୋ ନଥିଲା, କେଉଁଥିପାଇଁକି

       ଭୋଗୁଛି ବିରହ ଦୁଃଖ

ପାଇବ ତ ନାହିଁ ଜୀବନରେ କେବେ

       ପ୍ରଥମ ପ୍ରେମର ସୁଖ

ଅନୁଶୋଚନା ମୁଁ କରିବିନି, ତୁମେ

       ହରାଇଛ ମାନବତା । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in