କାନ୍ଦନା ହେ ଗୋପବନ୍ଧୁ
କାନ୍ଦନା ହେ ଗୋପବନ୍ଧୁ
କାହିଁକି ଲୁହ ଢାଳି ଧକେଇ କାନ୍ଦୁଛ ହେ ଦୀନହୀନ ବନ୍ଧୁ...
ଲୁହର ବନ୍ୟାରେ ଭାର୍ଗବୀଟାର ହୃଦୟ ଫାଟିଯାଉଛି,
ତୁମ ମଣିକୁ ଚୋରାଇ-
ମିଥ୍ୟାରୋପରେ ନିର୍ବାସନ ଦେଇ-
ଆଜିର ଗଜପତି ପିନ୍ଧି ସାଜିଲାଣି ଉତ୍କଳମଣି,
ତୁମ କବିତ୍ୱକୁ ବିକ୍ରିକରାଯାଇଛି;
ସମାଜ ସମାଜକୁ ଖୋଜୁଛି ସମାଜର ଆଢୁଆଳରେ;
ମଣିଷପଣିଆକୁ ଖାଲି ଝୁରି ଝୁରି॥
ତୁମର କାଣିଚାଏ ଗୁଣ କାହାଠି ଦେଖିଲେ..
ଆଜି ଅଧମ ବିଦ୍ରୁପ କରି କହୁଛି...
ଓଃ...ଗୋପବନ୍ଧୁଟା,
ମିଶୁମୋର ଦେହ ଏ ଦେଶ ମାଟିରେ ଭୁଲି
ଲୋକେ ଗାଉଛନ୍ତି,
"ମିଶୁ ଦେଶପାଣ୍ଠି ମୋ'ର ପାଣ୍ଠିରେ"
ତୁମେ ସିନା ନିଜ ପିତ୍ରକୁ ମରଣମୁଖରେ ଛାଡି
ବଞ୍ଚାଇଲ ନିଜର କହି ଶତଶତ ବନ୍ୟାପ୍ରପିଡିତ ଶିଶୁଙ୍କୁ,
ହେଲେ ଆଜି ମଣିଷ ନିଜସନ୍ତାନର ସଉକ ପାଇଁ-
ବିଷଦେଇ ମାରୁଛି କେତେ ଯେ ନିରୀହ ଶିଶୁଙ୍କୁ,,
ପ୍ରତ୍ୟାଖାନ କଲ ଶତଅନୁରୋଧ-
ଗ୍ରହଣ କରିବାକୁ ଦ୍ୱିତୀୟ ପତ୍ନୀ,
କିନ୍ତୁ ଉଚ୍ଚତମ ନ୍ୟାୟାଳୟ ରାୟ ଦେଲାଣି
"ଯେତେ ପାର ପତ୍ନୀ ବାଛ"
କିଛି ଖାଇବାକୁ ମିଳୁ ଶୁଣୁଶୁଣୁ...
ହୃଦୟ ତରଳି ଗଲା ଦୟାରେ,
ଉପାସ ରହି ହାତରେ ଖୁଆଇଲ ବିଚରାକୁ,,
ଏବେ ଓଡିଆ, ଭିକାରୀ ପାଟି ଶୁଣି
ଧିରେ କହୁଛି, ସି...ଇ...
ବନ୍ଦ କରିଦେ କବାଟ,,
ଗାନ୍ଧୀକୁ କରିଥିଲ ଗୁରୁ,
ମାରିଲ ଲୁଣ..କଲ ଆନ୍ଦୋଳନ
ଟିକିଏ ସ୍ୱାଭିମାନ ବକଟେ ଅଧିକାର ପାଇଁ... ହେଲ ବନ୍ଦୀ,
ଆଜିବି ଲୋକ ଟଙ୍କା ବିକଳେ
ବିକୁଛି
ମା' ମାତୃଭୂମିକୁ.. ସୈତାନ୍ ବିଦେଶୀ ହାତରେ ॥
ଓଡିଆ,ଓଡିଆ ଭାଷା ପାଇଁ କାନ୍ଦୁଥିଲା ପ୍ରାଣ,
ଖୋଲିଲ ସତ୍ୟବାଦୀ ବନ ବିଦ୍ୟାଳୟ, ହେଲ ଶିକ୍ଷକ
ଆଜି ଓଡିଆ ଇଂରାଜୀ ବେକରେ ବର୍ଣ୍ଣମାଳା ପକାଇ
ଓଡିଆ ସ୍କୁଲ୍ କୁ ଦେଲାଣି ଛାଡପତ୍ର,
ଆଜିର ଅନନ୍ତ ତୁମକୁ ଲୁଚାଇ
କିଣିଲାଣି ନାଲି ମାରୁତି,
ଲଜ୍ଜା ଲାଗୁଛି ତାକୁ ଚାଲିବାକୁ ଖାଲି ପାଦରେ ଭିକ୍ଷା ଝୁଲି ଧରି ॥
ସେବା କରିବାକୁ ଲୋକ ଘୃଣା କଲାଣି
ଏଇ ଅସ୍ୱଚ୍ଛ ମନ ଥିବା ପ୍ରହସନ ସ୍ୱଚ୍ଛ ଭାରତ ଡକରାରେ,
ଘା,କୁଷ୍ଠ,ମହାମାରୀ,କତରା ପିନ୍ଧା ଲୋକଙ୍କୁ
ଛୁଇଁବାତ ଦୂରର କଥା
କିଛି ନ ଛୁଇଁ ବି ଧୋଇଲେଣି ଛ'ଥର ହାତ,
ଜୋତା ପିନ୍ଧି କଲାଣି ରୋଷେଇ
ଇଚ୍ଛା କଲାଣି ବି ଯିବ ଦେବାଳୟ ପାଦର ଜୋତାରେ ,
ଏ ଅନ୍ୟାୟର ଝରକାଫାଙ୍କରେ..ସ୍ୱାର୍ଥର ଅଗଣାରେ ॥
କାନ୍ଦନା ହେ ଗୋପବନ୍ଧୁ ...
ଦୂରାଅ ଏ କୁସଂସ୍କାର
ତୁମ ଧୈର୍ଯ୍ୟର ପାହାଡରେ..
ତୁମ ନିଷ୍ଠାପୂର୍ଣ୍ଣ ସେବାର ମଧୁସ୍ପର୍ଶରେ॥
⛳ *ନାରାୟଣ ସେନାପତି,ଜମ୍ଭରା,କେନ୍ଦୁଝର*⛳