Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

2  

Prasanna Kumar Madala

Others

ବାଜେ ମାଙ୍ଗଳିକ ବାଦ୍ୟ

ବାଜେ ମାଙ୍ଗଳିକ ବାଦ୍ୟ

1 min
156


ଧର୍ମପତ୍ନୀ ସାଜି    ଟେକିଦେଲି ଆଜି

ସବୁକିଛି ତୁମ ହାତେ

ଭାବିବନି ଅଳ୍ପ      କରିଛି ସଂକଳ୍ପ

ସଦା ରହିବାକୁ ସାଥେ ।


ଥିଲେ କିଛି ଦୋଷ   କରିବନି ରୋଷ

ସସ୍ନେହ କରିବ କ୍ଷମା

ସଦ୍ଭାବନା ଥିଲେ     ସବୁକିଛି ମିଳେ

ଭୁଲିବନି ଏହା ଜମା ।


ତ୍ୟାଗବଳେ ସିନା   ସେବାର ଭାବନା 

ଅବିରଳ ହୁଏ ରଖି

ପ୍ରେମର ସକାଶେ  ସେବା ହିଁ ପ୍ରକାଶେ

କଦାପି ଦେବିନି ଠକି ।


ସୁଖଦୁଃଖେ ଭାବ   ଯୋଡିବା ସ୍ବଭାବ

ଅନ୍ତରେ ଜାଗିଛି ଯେବେ

ଅକୁହା କଥା ବି      କହୁଥିବି ଭାବି

ସଂକଳ୍ପ କରୁଛି ଏବେ ।


ଦୁଇଟି ହୃଦୟ     ମଧ୍ୟେ ଯା' ଉଦୟ

ସମ୍ବନ୍ଧର ପରିଭାଷା

ମୋର ହାତ ଧରି     ଅନୁଗ୍ରହ କରି

ଭାଙ୍ଗିବନି କେବେ ଆଶା ।


ପାଇବାର ଆଶା    ଭରେ ହିଁ ନିରାଶା

ଦେବାରେ ଆନନ୍ଦ ଥାଇ

ଆତ୍ମା ଯେବେ ମିଶେ  ଅଭିନ୍ନ ଏ ଦିଶେ 

ଦେହସାଥେ ଯେହ୍ନେ ଛାଇ ।


ଆଜୀବନ ଦୁହେଁ  ସାଥୀ ହେବା ନୁହେଁ

କ୍ଷଣସ୍ଥାୟୀ ଏକ ଖେଳ

ବିବାହ ପଥରେ     ଏହା ହିଁ ସତରେ

ଦୁଇଟି ଆତ୍ମାର ମେଳ ।


ଭଲ ପାଇବାର     ପଥରେ ଯିବାର

ଅବରୋଧ ସବୁ ସହି

ସୁଖଦୁଃଖେ ଯାହା   ପରସ୍ପରେ ତାହା

ବାଣ୍ଟି ନେବା ସାଥେ ରହି ।


ନିଜ ଇଚ୍ଛା ମତେ    ଆମ ଚଲାପଥେ

ଯାହା କିଛି ହେବ ସାଧ୍ୟ

ସଂସାରଟେ ଗଢି   ଯିବା ଆଗେ ବଢି

ବାଜେ ମାଙ୍ଗଳିକ ବାଦ୍ୟ ।



Rate this content
Log in