Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ବହି

ବହି

1 min
271



ଯେତେ ଯାକ ବହି ଏ ସଂସାରେ ରହି

ଏଯାଏଁ ପାରିଛି ଦେଖି

କେତେ ଜ୍ଞାନୀ ଗୁଣୀ ତ୍ଯାଗ ବଳେ ପୁଣି

ଯାଇଛନ୍ତି ସବୁ ଲେଖି ।

ସେସବୁରେ ପରା ବିବିଧତା ଭରା

ସଂଶୟ ନାହିଁ ତ ତିଳେ

ତଥାପି ତ ପଢି ଆଗେ ଗଲୁ ବଢ଼ି

ସଂସ୍କାର ଯହିଁରୁ ମିଳେ ।

ଗଣିତ ବିଜ୍ଞାନ ଇତିହାସ ଜାଣ

ଭୂଗୋଳ ସାହିତ୍ୟ ବୃତ୍ତି

ଯେତେ ଜାଣୁ ଆମେ ଲଗାଇଲୁ କାମେ

ଶ୍ରେଷ୍ଠ ତେଣୁ ଏହି କୃତି ।

ନାନା ବିଦ୍ୟା ଭରା ଆମର ଏ ଧରା

ଅନୁଭବେ ଅନୁସରି

ଭିନ୍ନ ଭିନ୍ନ ଭାଷା ଦେଇପାରେ ଆଶା

ଜୀବିକା ସୁଗମ କରି ।

କାହିଁ ରାଜନୀତି ପାରେ ଗଡ଼ ଜିତି

ସମ୍ଭବ କରାଏ ଅସି

ବହି ମଧ୍ୟେ ଜ୍ଞାନ ପରୀକ୍ଷା ପ୍ରମାଣ

ଭରିପାରେ ସିନା ମସି ।

ବିଦ୍ୟାର୍ଥୀଙ୍କ ପାଇଁ ଜ୍ଞାନ ବାଣ୍ଟେ ଯାଇ

ଶିଖାଏ ବି କେତେ ଭାଷା

ଜାତି ଧର୍ମ ଦେଶ ବର୍ଣ୍ଣ ନିର୍ବିଶେଷ

ମନରେ ଜଗାଇ ଆଶା ।

ଅନୁଭବେ ନିଜ ପୋତା ହୁଏ ବୀଜ

ଅତୀତ କାଳରୁ ଲଭି

ଅତୀତକୁ ଝାଙ୍କି ଦେଇଗଲେ ଆଙ୍କି

ବିଜ୍ଞାନୀ ଗାଳ୍ପିକ କବି ।

ସମାଜ ସଂସ୍କାର ଗୀତର ଝଙ୍କାର

ବିଧି ବିଧାନର ଦୃଷ୍ଟି

ବହିର ଭିତରେ ସଭିଙ୍କ ହିତରେ

ଆଲୋକ ହୁଅଇ ବୃଷ୍ଟି ।

ବହି ସିନା ଥିଲେ ଜ୍ଞାନ ମାର୍ଗ ମିଳେ

ଯାହା ବିନୁ ଆମେ ଅନ୍ଧ

ବିଦ୍ୟା ଅନୁସରି ଅଧ୍ୟୟନ କରି

ଜାଣିପାରୁ ଭଲମନ୍ଦ ।


ପ୍ରସନ୍ନ କୁମାର ମାଦଳା


Rate this content
Log in