Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

2  

Rajalaxmi Tripathy

Others

ପରମପୁରୁଷ ଶ୍ରୀ ଜଗନ୍ନାଥ

ପରମପୁରୁଷ ଶ୍ରୀ ଜଗନ୍ନାଥ

1 min
6.8K


ହେ ଚିରନ୍ତନ ବ୍ରହ୍ମ!

ଅନାଦି ଅନନ୍ତ ପରମ ପୁରୁଷ

ଝରାଇଛ ଅମୃତର ଫଲ୍ଗୁଗୁ

ନୀଳ ସୁନ୍ଦର ପର୍ବତରୁ

ଜଡ଼ ଠାରୁ ଚେତନ ପର୍ଯ୍ୟନ୍ତ।


ହେ ମହାକାଳ!

ତୁମ ଦୁଇ ଚକାଡୋଳା

ପରିପୂର୍ଣ୍ଣ ଘନ ରହସ୍ୟରେ

ସଂଚରିଛି ଅଦୃଶ୍ୟରୁ ଦୃଶ୍ୟକୁ

ଅଜୀବରୁ ଜୀବକୁ

ଶ୍ରେଷ୍ଠ ସଂଚାଳକ ତୁମେ

ଅଭେଦ୍ୟ ଜ୍ଞାନ-ବିଜ୍ଞାନର ।


ହେ ମହାପ୍ରାଣ!

ସର୍ବଜ୍ଞାତା ସର୍ବଦ୍ରଷ୍ଟା

କବଳିତ ସକଳ ପ୍ରାଣରେ

ପ୍ରାଜ୍ଞ ତୁମେ ସବୁରି ଜ୍ଞାନରେ,

ଆଶ୍ରିତ ଆତ୍ମା -ପକ୍ଷୀ ସବୁ

ସୁରକ୍ଷିତ ତୁମ ସବୁଜ ନୀଡରେ ।


ହେ ପରମ ବିନ୍ଦୁ !

ପ୍ରଣବ 'ଓଁ'କାର,

ଦୃଷ୍ଟି ତୁମ ରହିଥାଏ

ସୃଷ୍ଟିର ଶୀର୍ଷ ରୁ ପାଦଯାଏଁ

ବ୍ୟାପିଅଛି ଅତଳ ଅନ୍ଧାରରୁ

କେତେ କେତେ ଗୁପ୍ତ

ବିଶ୍ବ ଅଭିମୁଖେ।


ବିଶ୍ବମୟ ଜଗନ୍ନାଥ ତୁମେ

ପୁରିଅଛ ମହାମହିମାରେ

ଆମ ବିଶ୍ୱାସର ବିଶ୍ବାୟନେ

ମୁକ୍ତିର ଦେବତା ତୁମେ

ଜାଣିଅଛ ସଭିଙ୍କ ଅନ୍ତର ବାହାର

ବରଷି ଦିଅ କରୁଣାର ବାରି

ଜଗତ ହିତରେ।

କୋଳାଇ ସଭିଙ୍କୁ

ତୁମ ଭୁଜତଳେ

ବାନ୍ଧି ରଖ ସାମ୍ୟ ମୈତ୍ରୀ

ସମନ୍ବୟ ସୂତ୍ରେ ।


(ସାପ୍ତାହିକ ପ୍ରତିଯୋଗିତା ନିମନ୍ତେ)

ରଚନା-ରାଜଲକ୍ଷ୍ମୀ ତ୍ରିପାଠୀ।

ଯୋଗାଯୋଗ-8280952750

E mail id-rajalaxmi tripathy56@gmail.com


Rate this content
Log in