କାରଗିଲରୁ ଉରି
କାରଗିଲରୁ ଉରି
ବୀରତ୍ୱ ସହିତ ଦୟା କ୍ଷମା ମୈତ୍ରୀ ଶାନ୍ତି ସଦଭାବନା
ପଂଚଶୀଳ ନୀତି ଜନକ ଭାବରେ ଉଡ଼େ ଯେ ଦେଶର ବାନା ।
ଏ ଦେଶରୁ ଜନ୍ମ ଏହାରି ପ୍ରସାଦେ ମୁଣ୍ଡ ଟେକିଛି ଯିଏ
ଜନ୍ମ ଦାତାକୁ ଭଗାରୀ ବେଭାରେ ଶତ୍ରୁତା କରିବ ସିଏ !
ସହନଶୀଳତା ଅଟେ ଏହା ଦେଶର ସଂସ୍କାର ପରଂପରା
ପରୀକ୍ଷା କରୁଛି ପଡୋଶୀ ଆମର ଦେଖୁଛି ବିଶ୍ୱ ସାରା ।
ତସ୍କରଙ୍କ ପରି ପଛପଟୁ ଲୁଚି ଚଳାଇଛି ଛାୟା ଯୁଦ୍ଧ
ସିଂହର ଗୁହାରୁ ଶୃଗାଳ କି କେବେ ଫେରିଅଛି ଅନବଦ୍ଧ ।
କାରଗିଲ ଠାରେ ପରାଭବ ପାଇ କରି ନପାରୁଛି ବଳ
ସୁପ୍ତ ସିଂହର ପାଶେ ନୃତ୍ୟ କରି ଭାବୁଛି ତାକୁ ଦୁର୍ବଳ ।
ଗୋଟିଏ ରାତିର ସର୍ଜିକାଲ୍ ଷ୍ଟ୍ରାଇକ ଦେଲା କେତେ ପରାଭବ
ଖଦେଡିଲେ ଯାଇ ଆରବ ସାଗରେ ଥଳକୁଳ ନମିଳିବ ।
ସାହସ ଅଛି ତ ସମ୍ମୁଖ ଯୁଦ୍ଧରେ ହେଉ ଥରେ ଅବତୀର୍ଣ୍ଣ
ସ୍ୱର୍ଣମୟୀ ଲଙ୍କା ଶୀରି କଲା ବଙ୍କା ଯେପରି ଲଙ୍କ ରାବଣ ।
ଭାବିଛି କି ଭାଇ ଇସଲାମ ନାମେ ଦରଦ ସାଉଁଟି ନେବ
ତାଙ୍କ ଜନସଂଖ୍ୟା ଠାରୁ ଅଧିକ ଏ ଦେଶ ମୁସଲିମ ଭାବ !
ଯା’ଠାରୁ ଜନମ ଲଭିଛି ନିର୍ଲଜ୍ଜ ଭୁଲିଯାଏ କା ସାହସେ
ଆଖି ତରାଟିଲେ ମାଟିରେ ମିଶିବ କଳ୍କି ଅବତାର ଭାଷେ ।
ବିଶ୍ଵେଶ୍ୱର ମାଝୀ