Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଫୁଲ ବଉଳ ବେଣୀ

ଫୁଲ ବଉଳ ବେଣୀ

1 min
7.4K


କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ
ଟିଭି ସିରିଅଲ ସଂସ୍କାର ସଂସ୍କୃତି ସବୁ ଦେଲା ପୋଡ଼ି ଖାଇଲୋ ଫୁଲ ବଉଳ ବେଣୀ
ଗାଁ ର ସଂସ୍କୃତି ନାହିଁ ଲୋ ଫୁଲ ବଉଳ ବେଣୀ
ରାତି ନପାହୁଣୁ ଆଂଜୁଳି ଟେକିବେ ନିଦ କା'ର ଭାଂଗେ ନାହିଁ ଲୋ ଫୁଲ ବଉଳ ବେଣୀ ।
ସଂଜ ବେଳେ ଚାଂଦ ପୂଜାଲୋ ଫୁଲ ବଉଳ ବେଣୀ
ଡେରିକଲେ ବୁଢ଼ା ବର ମିଳିବଟି ସେକଥାକୁ ଡର ନାହିଁ ଲୋ ଫୁଲ ବଉଳ ବେଣୀ ।
ଝିଅଂକର ପୁଚି ଖେଳଲୋ ଫୁଲ ବଉଳ ବେଣୀ
ମୋବାଇଲ ଗେମ୍ ଚାଟିଂଗ୍ ଫେସବୁକ୍ ପାଇଁ ମିଳେନାହିଁ ବେଳଲୋ ଫୁଲ ବଉଳ ବେଣୀ ।
ପୁନେଇଁର ଚାଂଦ ଭୋଗଲୋ‌ ଫୁଲ ବଉଳ ବେଣୀ
ଛେନା କଦଳୀର ଚକଟା ଚକଟି ତଣ୍ଟିରେ ଗଳୁନି ଆଉଲୋ ଫୁଲ ବଉଳ ବେଣୀ ।
କୁଆଁର ପୁନେଇଁ ଜହ୍ନ ଲୋ ଫୁଲ ବଉଳ ବେଣୀ
ପିଜା ବର୍ଗର କେଏଫସି ଡୋନାଲଡ କୋଲ୍ଡ କଫି ହେଲା ମୂଳଲୋ ଫୁଲ ବଉଳ ବେଣୀ ।
ଓଡ଼ିଶାର ଫାଷ୍ଟ ଫୁଡଲୋ ଫୁଲ ବଉଳ ବେଣୀ
ଚୁଡ଼ା ନଡ଼ିଆକୁ କଦଳୀ ଚକଟା ଛତୁଆକୁ ଆସ ଫେରିଲୋ ଫୁଲ ବଉଳ ବେଣୀ ।
ଓଡ଼ିଶୀ ସଂସ୍କୃତି ଗାଥାଲୋ ଫୁଲ ବଉଳବେଣୀ
ପଡ଼ି ଉଠିବାର ସମୟ ଆସିଛି ଦେବା ନାହିଁ ପଛଘୁଞ୍ଚା ଲୋ ଫୁଲ ବଉଳବେଣୀ ।
-ବିଶ୍ଵେଶ୍ୱର ମାଝୀ-


Rate this content
Log in