Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ମହାମାୟା

ମହାମାୟା

1 min
7.3K


ତୋ ଅଭୟ ଛାୟା ତଳେ ମହାମାୟା

ଏତିକି ନେହୁରା ହେବି

ବିଦ୍ୟା ବୁଦ୍ଧି ଜ୍ଞାନ କରୁଥିବ ଦାନ

ମାଗୁଛି ଚରଣ ସେବି ।

କୃପା କଲେ ଲେଶ ଧନଧାନ୍ୟେ ଦେଶ

ଅବଶ୍ୟ ଉଠିବ ପୂରି

ଶକ୍ତି ରୂପେ ଆସି ବାହୁବଳ ନାଶି

ଦୈତ୍ୟ ଦର୍ପ ଦିଅ ଚୂରି ।

ମା'ଗୋ ଜନ୍ମଭୂମି ତୋ ପୟର ଚୁମି

ନିରିଭୟ ଲୋଡୁ ସଦା

ଗାଇ ତୋ ଭଜନ ଲଭି ଧନଜନ

ସୁଖେ କରୁଥିବୁ ଧନ୍ଦା ।

ପ୍ରାଣଦା ଜନ୍ମଦା ବରଦା ଅନ୍ନଦା

ଆସ ଏବେ ଅବତରି

ମୋ ଦେଶ ଭାରତବାସୀଙ୍କ ଆରତ

ଅନୁଗ୍ରହେ ନିଅ ହରି ।

ଅରାତି କବଳ ମଧ୍ୟରେ ପ୍ରବଳ

ଆତଙ୍କିତ ଏହି ମାଟି

ତ୍ରିଶୂଳ ଖର୍ପର ବଳେ ସେ ଦର୍ପର

ମହିଷାକୁ ଦିଅ କାଟି ।

ଦୀନ ଜନେ ପୀଡା ଭୋଗି ଏବେ ଛିଡା

ତୋ ଆଗରେ ହାତ ପାତି

ତୁ ହେଲେ ଉଦାର ସଙ୍କଟୁ ଉଦ୍ଧାର

ହୋଇବେ ମଣିଷ ଜାତି ।

ମମତା ସମତା ବଳେ ମା କ୍ଷମତା

ପାଆନ୍ତୁ ଜଗତ ପ୍ରାଣୀ

ହିମାଦ୍ରି-ବାସିନୀ ବିପଦ-ନାଶିନୀ

ଯୋଡୁଅଛି ବେନି ପାଣି ।

ପ୍ରସନ୍ନ କୁମାର ମାଦଳା


Rate this content
Log in