Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୦୫

ବେସୁରା ଗୀତି-୭୦୫

1 min
6.6K


ବର୍ଷା ଗୋ ତୁମେ କାହିଁକି ଆସିଲ

ଶୀତଳେଇ ଦେଲ ଧରା

ଶୁଣି ପାରିଲନି ହୃଦୟର ସ୍ଵର

ଥିଲା କେତେ ବ୍ୟଥା ଭରା  ॥

ତପ୍ତ ମରୁରେ ପଥିକକୁ ଏକ

ନୂତନ ଜୀବନ ଦେଲ

ତୁମ ଶରଧାରେ ଭିଜାଇଲ ତାକୁ

ମରିଚିକା ଲୁଚାଇଲ  ॥

ବରଷି ଯାଅ ଗୋ ଧାର ଧାର ହୋଇ

ହୃଦୟୁ ଲିଭାଅ ବ୍ୟଥା

ଅସହାୟ ପ୍ରାଣେ ଜଗାଇ ଦିଅ ଗୋ

ବଞ୍ଚିବାର ନୂଆ ଆଶା  ॥

ତୁମରି ଆସିବା ବାଟ ଚାହିଁ ଚାହିଁ

ଭାଙ୍ଗିଲା ହୃଦୟ କେତେ

ଏବେ ଆସି ତୁମେ ଭିଜାଉଛ ପ୍ରାଣ

ପ୍ରଣୟର ମହା ମନ୍ତ୍ରେ  ॥

ପାରୁଛ ଯଦି ଗୋ ଫେରି ଯାଅ ଆଜି

ତୁମକୁକେ ଲୋଡୁ ନାହିଁ

ବେସାହାରା ହୋଇ ବଞ୍ଚିଛିକେ ଜଣେ

ଦଣ୍ଡେ ମରି ଦଣ୍ଡେ ଜୀଇଁ  ॥


Rate this content
Log in