Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ବ୍ୟୟବହୁଳ ଶିକ୍ଷା ବ୍ୟବସ୍ଥା

ବ୍ୟୟବହୁଳ ଶିକ୍ଷା ବ୍ୟବସ୍ଥା

1 min
119


ରାଜା ହେଉ ରଙ୍କ ଗୁରୁକୁଳ ଆଶ୍ରମରେ ଶିକ୍ଷା ଲାଭ କରି

ଯୁଦ୍ଧ ବିଦ୍ୟା ଠାରୁ ଆଧ୍ୟତ୍ମ ଚେତନା ସାମାଜିକ ଜ୍ଞାନ ଭରି ।


ନିତ୍ୟ କର୍ମ ସହ ଗୋପାଳନ ପୁଣି ଚାଷ କାର୍ଯ୍ୟ ସଂପାଦନ

ସକଳ କାର୍ଯ୍ୟରେ ନିପୁଣ ହୋଇବା ସମାଜେ ଥିଲା ବିଧାନ ।


ଭେଦଭାବ ହୀନ ସରଳ ଜୀବନ କୃଷ୍ଣଙ୍କ ସହ ସୁଦାମା

ଦ୍ରୋଣାଚାର୍ଯ୍ୟ ସହ ଦୃପଦ ରାଜନ ସମାଜେ ସଫଳ କାମା ।


ଗାଆଁ ଚାଟଶାଳୀ ଗ୍ରାମ ବିଦ୍ୟାଳୟ ଶିକ୍ଷା ଲାଭ କରି ଦିନେ

ସମାଜେ ଜଣେରେ ଗଣା ହେଉଥିଲେ ପୂଜ୍ୟ କୋଣ ଅନୁକୋଣେ ।


ସତ୍ୟବାଦୀର ବନ ବିଦ୍ୟାଳୟ ଶାନ୍ତି ନିକେତନ ପରି

ଶିକ୍ଷାନୁଷ୍ଠାନ ସରଳ ଜୀବନେ ମହତ୍ତର ଚିନ୍ତା ଭରି ।


ଶିକ୍ଷା ବ୍ୟବସ୍ଥା ଜଟିଳ ହୋଇଛି ବେସରକାରୀ ବ୍ୟବସ୍ଥା

ସରକାରୀ ବିଦ୍ୟାଳୟ ଖାଲି ଖାଲି କାହାର ନାହିଁଟି ଆସ୍ଥା ।


ନାମିଦାମୀ ଅନୁଷ୍ଠାନରେ ପିଲାଙ୍କୁ ଭରତି କରିବା ପାଇଁ

ବିଡାବାଡା ଟଙ୍କା ବୋହି ଯାଉଅଛି କାହାର ଶୋଚନା ନାହିଁ ।


ଅଢେଇ ବରଷୁ ପ୍ଲେ ସ୍କୁଲ୍ ପାଇଁ ଲମ୍ବା ଧାଡିରେ ଛିଡା

ଶୈଶବ କୈଶୋର ବନ୍ଧା ପଡୁଅଛି ତାରୁଣ୍ୟ ହୁଏ ଉଜୁଡା ।


ବୋର୍ଡିଂ ସ୍କୁଲର ବେଡିଂ ବନ୍ଧାରେ ପଇସାର ସୁଅ ଛୁଟେ

ପ୍ରାଇଭେଟ ଟିଉଟରିଆଲ ଗାଆଁ ସହରରେ ଛତୁ ଫୁଟେ ।


ପିତାମାତା ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ପାଇଁ

ଅଣ୍ଟା ଭିଡନ୍ତି ପିଲାଙ୍କୁ ତାଙ୍କର ଉଚ୍ଚ ଶିକ୍ଷା ଦେବାପାଇଁ ।


ଅର୍ଥଟି ଅନର୍ଥର ମୂଳମନ୍ତ୍ର କାହୁଁ ବା ଯୋଗାଡି ପାରିବ

ପ୍ରତିଯୋଗିତାର ଯୁପକାଷ୍ଠରେ ବଳି ପଡୁଛି ଗରିବ ।


ବିପୁଳ ଅର୍ଥ ବ୍ୟୟ ବରାଦରେ ଶିକ୍ଷା ଲାଭ ଯଦି ହୁଏ

ସଚ୍ଚୋଟତା ଆଶା କରିବା ସପନ ଦୁର୍ନୀତି କି ରୋକି ହୁଏ !!



Rate this content
Log in