ବିଷ ବଳୟ
ବିଷ ବଳୟ
1 min
6.9K
ହୁ ହୁ ହୋଇ ଜଳି ଚାଲିଥି୍ବା,
ହଠାତ୍,
ମେଘ,ବର୍ଷାପରେ ବିଜୁଳିର ଆଘାତରେ ଗଛଟିଏ,
ତାରି ଅନ୍ତରଦାହ କିଏ ? ବା ଜାଣିବ,
କିଛି କ୍ଷଣ ଭିତରେ
ନିଆଁ,ଧୁଆଁ,ପାଉଁଶ
ତାରି ବିରାଟ କାୟାର
ଅବଶେଷ,
କିଏ କହିବ ତା କାହାଣୀ
ବଞ୍ଚିବା,ଜଳିବା ରେ ହିଁ ,କଣ ? ସୀମିତ ଜୀବନର ତତ୍ବ,
ବିଷ ବଳୟ ଛଡା କିଛି ନୁହେଁ
ଯେତେ ସବୁ ଏଠି
ସମ୍ପର୍କ ରକ୍ତର
ଛଳନା,ନାଟକ,ଅଭିନୟ,
କୁତ୍ରିମତା,
କାର୍ପନ୍ୟତାରେ ବାହାରୁଥିବା ଟିକକ ହସ
ଶ୍ବାନ ଠାରୁ ହୀନ
ଡାକୁ
ତୁ ନିଜକୁ ମଣିଷ-----------!
©®କାଶ୍ୟପ,ରାୟଗଡା ।