ଆସ ହେ ବରଷା ଆସ
ଆସ ହେ ବରଷା ଆସ
ଉତ୍ତପ୍ତ ହୋଇଲା ଧରିତ୍ରୀ ବଖରା
ଦିବାକର ତପ୍ତ ତାପେ
ଲଳିତ ପଲ୍ଲବୁଁ ଲିଭିଲା ଲାବଣ୍ୟ
କୁହ କେଉଁ ଅଭିଶାପେ l
ନିରସ ଶ୍ରୀ ଅଙ୍ଗେ ସ୍ୱେଦ ସ୍ନାନ ନେଲେ
ଜଗତ ମୋହନ ପତି
ବିରହ ଜ୍ୱଳନେ ରଜବତୀ ମାଟି
ଜ୍ୱୋତ୍ସା ରେ ପତାଏ ଛାତି l
ବିବିଧ ପ୍ରସୂନ ଦୃମ ବଲ୍ଲୀଗଣ
କୀଟ ପତଙ୍ଗାଦି ଜୀବ
ଶୁଷ୍କ ଓଠରେ ଜଳାଧାର ସର୍ବ
କାନ୍ଦେ ସରସୀ ରାଜୀବ l
ଘନ ଆସାର ବଉଦ ଚାଦରେ
ଢାଙ୍କିଦେ ଦିବା ସୁରୁଜ
ଘନ ଘନଶ୍ୟାମ ପ୍ରକୃତି ସୌନ୍ଦର୍ଯ୍ୟ
କୁହୁକେ ବୁଣୁ ମୁରୁଜ l
ମହକେ ମହକି ଉଠୁ ମହା ମହି
ଦୁର୍ବାଦଳ ଦଳ ତାର
ସ୍ଥାବର ଜଙ୍ଗମ ନବଦ୍ୱୀଜ କୀଟ
ଦୃତ ପ୍ରସାରୀ ଶରୀର l
ସରଣୀ ରାଜୀବ ଆତ୍ମା ବିରାଜିବ
ମଧୁଶାଳା ଭବଧାମ
କାନ୍ତ କାନନେ କାଦମ୍ବିନୀ ସ୍ପର୍ଶ
ସୃଜିବ ସୁଷମା ପ୍ରେମ l
ପୁଲକିତ ଧରା ପ୍ରସ୍ଫୁଟିତ ହେବ
ମୁଦ୍ରିତ ପଲକ ମେଲି
ପୃଥ୍ବୀ ଉରସ ଅମିୟ ପରସ
ସିଞ୍ଚିବ ଯୌବନ ଖୋଲି l
ଦଗ୍ଧ ଶରୀର ପ୍ରଶମିତ ହୋଇ
ଉଛ୍ଛ୍ୱସିତ ଆଶା ବଲ୍ଲରୀ
ବର୍ଷା ବରଣେ ପ୍ରଣୟ ଆସିବ
ବାଲ୍ୟଚପଳତା ଧରି l
ଆସ ହେ ବାରିଦ ବାରିଧାରା ନେଇ
ରଖ ତୁମ ବଡପଣ
ଉଛୁର କରିଲେ ତୁମ୍ଭ ଆଗମନ
ଜଳାଇବ ଏ ତପନ l