Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

3  

Rajalaxmi Tripathy

Others

ନଈ ସେପାରିର ପଥ

ନଈ ସେପାରିର ପଥ

1 min
13K


କେହି ତାକୁ ତିଆରିନି

ସମୟର ଉଜାଣି ଯଦି

କେବେ ଜାଣିଥାନ୍ତା

ଭାସିଯିବା ଏତେ ସହଜ ବୋଲି

ଥରେ ହେଲେ ଚାହିଁଥାନ୍ତା

ତା'ର ଦୟାର୍ଦ୍ର ଦୃଷ୍ଟିରେ,

ଉତ୍ତାରିଥାନ୍ତା ତାର ବୋଝଟିକୁ

ତା'ନିର୍ବୋଧ ପଣର

ଆଦରି ନଥାନ୍ତା କେବେ

ପ୍ରସ୍ତ ପ୍ରସ୍ତ ଆବରଣ ତଳୁ

ମାୟାର ଯେତେ ନୀଳ ଅନ୍ଧକାର ।

ନଈ ସେପାରିର ପଥ

ସାଇତି ରଖିଛି ଅନାଦି କାଳରୁ

ଅଚିହ୍ନା ପାଦ ମାନଙ୍କର

ଅଗଣିତ ପାଦ ଚିହ୍ନ,

ଛାତି ତଳେ ଲୁଚାଇଛି

କେଉଁ ଅପ୍ସରାର ସାନିଧ୍ୟରେ ଥିବା

ରହସ୍ୟ-ରସିକ ଯୋଗୀଟିର

କଳଙ୍କର ଟୀକା ଟିକୁ

ଅନେକ ଅପ୍ରତିଭ ପଣସହ।

ହୁଏତ ଲୁଚିଯିବ ଦିନେ

କିଛି ଅଭାବନୀୟ ପାଦ ଚିହ୍ନ,

ଆଉ ଝୁରୁଥିବ ନିଥର ମାଟି

ହଜାଇ ତାର ହୃତସ୍ପନ୍ଦ ।


Rate this content
Log in