ବେସୁରା ଗୀତି-୭୦୮
ବେସୁରା ଗୀତି-୭୦୮
1 min
6.6K
ତୁମେ ପରା ଅଟ ତୃଷିତ ପ୍ରାଣର
ପ୍ରତୀକ୍ଷାର ଶେଷ କଥା
ବର୍ଷା ଗୋ ତୁମେ ପୂର୍ଣ୍ଣ କରିଦିଅ
ଚାତକୀର ମନୋବାଞ୍ଛା ॥
ବ୍ୟଥା ଭରା କେଉଁ ଅବାଞ୍ଛିତ ପ୍ରାଣେ
ଆଶାର ଆଲୋକ ଜାଳ
ବର୍ଷା ଗୋ ତୁମେ ବିରହୀ ପ୍ରାଣରେ
ପ୍ରୀତିର ବାରି ଢାଳ ॥
ଜଳି ଜଳି ସରି ଯାଉଥିବା କେଉଁ
ଅସହାୟ ପ୍ରାଣ ପାଇଁ
ବର୍ଷା ଗୋ ତୁମେ ସାହାରା ଦେଇଛ
ଲିଭାଇ ଦେଇଛ ଜୁଇ ॥
ଆଜି ବୋଧେ କେଉଁ ବ୍ୟଥା ଭରା ପ୍ରାଣ
ମରଣ ଶେଯରେ ଶୋଇ
ଖୋଜିଲା ତୁମକୁ ତାହାରି ପାଇଁକି
ସରଗୁ ଆସିଛ ଧାଇଁ ॥
ତୁମ ସୁମଧୁର ପ୍ରୀତିର ପରଶେ
ଜୀବନ୍ୟାସ ତାକୁ ଦିଅ
ଅୟୁତ ଯୁଗର ଅବଶୋଷ ତାର
ହରିନିଅ ହରିନିଅ ॥