କୋଠର ଆକାଶ- ମାଟି'ର ଗୋଲାପ
କୋଠର ଆକାଶ- ମାଟି'ର ଗୋଲାପ
ମାଟି'ରେ--
କୁଢ-କୁଢ ସପନ,
ଘାସ-ଫୁଲ'ରେ
ପାରିଜାତ'ର ମାୟା,
ସମ୍ମୋହନ'-ବର୍ନ-ବିଭା,
କୁଆଁରୀ-ଗୋଲାପ'ର-
ମସୃଣ-ଗଂଡ'ରେ......!!
ନିର୍ନିମେଷେ ଚାହିଁ'ଥାଏ
ଆକାଶ ଆଖିରେ,...!
ପ୍ରେମ-ନିବେଦନ ଅବା
ଆଖି'ର ଇଂଗିତେ....??
ଆକାଶ ବି:-
ଅବନମିତ,..
ଅହଂ-ହୀନ...ବିଶାଳତା-
ଖୁଦ୍ରେ ସମାହିତ...
ଚୁମି'ଯାଏ-
କଅଁଳ-ପାଖୁଡା,
ଗୋଲାପ'ର-
ବିକଚ-ଉତ୍ସବେ....!!
ଫିଟି'ଯାଏ-
ରଂଗ'ର ମେଲଣ,
ଲାଜବଂତୀ
ଗୋଲାପ'ର ଓଠେ...###
ନିଶିଥ'ରେ ଯେବେ-
ମେଲାଣି-ବେଳା'ରେ,
ଥପ-ଥପ ଆକାଶ'ର-
ଲୁହ' ଶିଶିର'ରେ
ଓଦା-ହେଲା ଗୋଲାପ'ର-
ଅଭିମାନିନୀ ଚିବୁକ
ପିଇ'ଗଲା-
ତୃଷାତୁରା-ଓଠ......
ଫେରିବ କି ନାହିଁ-
ଅତିକ୍ରମି-ପଥ
ଦୂର ମହାକାଶୁ...####
ଝାଉଁଳେ ଗୋଲାପ-
ଫେରେ'ନି ଆକାଶ,
ଅଂତର-ରୋଦନ
ଭେଦି ପାରେ ନାହିଁ-
ଆକାଶ'ର ସୀମା-ସରହଦ....###
ଏଇ କି ସେ ପ୍ରେମ'ର ନୀଳୟ
ମାଟି ଓ ଆକାଶ:-
ନବନୀତା 'ନାରୀ'
ଭାବେ-ବଶ-
କୋଠର ପ୍ରକୃତି....?
ଫେରି-ଆସେ ଦିନେ
କୋଠର ଆକାଶ'-
ବରଷଇ-ବାରି
ପ୍ରଳୟ-ତାଂଡବେ
ମୂମୂର୍ଷୁ-ଗୋଲାପେ,..
ସଂଜୀବିତ କରି
ଗୋଲାପ-ବୁକୁରେ
ନବ-ଉନ୍ମେଷ ଓ
ସଂଗମ'ର ଆଶା.......####
ବିଭୁ-ଦତ୍ତ-
କୋମଳ ପରାଗ
କୁଂତି-ରାଜ'ଜେମା-
ସେବି ମୁନୀ-ପଦ,
ଲଭି'ଥିଲେ-
ଇଚ୍ଛା-ଆବାହନୀ
ବର' ସେ ବିଶେଷ.....
ଆଜି:-
ଏଇ କି ସେ ନାରୀ-
କଟି-ପୂର୍ନ-କୁଂଭା
ନୀରଦା-ସକୁଂତଳା...?
ହାସ୍ୟ-ଲାସ୍ୟ ମୟୀ
ରାଜା ଦୁଷମଂତ ବୁକେ
ରଚି-ଥିଲା-
ପ୍ରେମ'ର ପଂକଜ....!!..###
କୋମଳାଂଗୀ ନାରୀ-
ବଶେ ଏ ପ୍ରକୃତି...??
ହେଲେ----
ଶିରୀଷ-କୁସୁମ ତନୁ'ଯାର-
ଅବଳା-ଦୂର୍ବଳା,
ଅନିଚ୍ଛା'କୃତ ପାପ-ପଂକେ-
ହୁଅଇ ପଂକିଳ-
ପାଇବ କି ସମ-ଅଧିକାର
ପାଷାଣୀ-ଅହଲ୍ୟା.....??##
ନୟନ