Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଉତ୍କର୍ଷ କଳାର ଦେଶ

ଉତ୍କର୍ଷ କଳାର ଦେଶ

1 min
6.7K


ପୁରାଣ ପ୍ରସିଦ୍ଧ ଭାରତ ଖଣ୍ଡରେ

' ଜମ୍ବୁ ଦ୍ୱୀପ ଅବସ୍ଥିତ

ଅଦ୍ୱୀତିୟ ଭୂମି। ପବିତ୍ର ଉତ୍କଳେ

' ବୀଜେ ନୀଳାଚଳ ନାଥ ।୧।


ଉଡ୍ର କୃଷକର ଭୂମି ବୋଲି ତା'ର

' ନାମ ଅଟଇ ଓଡିଶା

ମର୍ତ୍ୟ ବଇକୁଣ୍ଠ ନିତ୍ୟ ବୃନ୍ଦାବନ

' ବାନା ଉଡେ ଦଶ ଦିଶା ।୨।


ପୁତ ମହୋଦଧି ବଡଦାଣ୍ଡ ଆଦି

' ନିଆରା ମହାପ୍ରସାଦ

ଫରଫର ଉଡେ ନୀଳଚକ୍ର ବାନା

, ଦେଖି ଭକ୍ତ ଗଦଗଦ ।୩।


ମହା ମେଘ ପତି ଐର ଖାରବେଳ

, ଚୋଡଗଙ୍ଗ ନରସିଂହ

କଳିଙ୍ଗ ବୀରର ଜୈତ୍ର କେତନ

, ସାକ୍ଷୀ ବାରବାଟି ଦୁର୍ଗ।୪।


ମୁକ୍ତେଶ୍ୱର ପୁରୀ ରାଜାରାଣୀ ଭଳି

' ଚାରୁକଳା କଳ କଳ

ଉତ୍କର୍ଷ କଳାର କୋଣାରକ ଗଢି

, ନାମ ବହିଛି ଉତ୍କଳ।୫।


ବୀର ଗଜପତି ଗୌଡେଶ୍ୱର କ୍ଷାତି

' ନବକୋଟି କର୍ଣାଟ

ରାଉତ ଉତ୍କଳ ବର୍ଗେଶ୍ୱର ବଳ

, ଅଟେ ଯାର ରାଜପାଟ ।୬।


ପଠାଣି ସାମନ୍ତ କୃତସେ ସିଦ୍ଧାନ୍ତ

, ଦର୍ପଣ ଦିଅଇ ଡାକ

ଯେତେଦିନ ଥିବେ ସୂର୍ଯ୍ୟ ଚନ୍ଦ୍ର ତାରା

' ଅକାଟ୍ୟ ତାହାର ବାକ୍ୟ ।୭।


ମୋ ଜୀବନ ପଛେ ନର୍କେ ପଡି ଥାଉ

, ଜଗତ ଉଦ୍ଧାର ହେଉ

ଅଂଧ କଂଧ କବି ଭୀମ ଭୋଇ ଭଣି

, ଜାତିସଙ୍ଘେ ସ୍ଥାନ ପାଉ ।୮।


ପୁଣ୍ୟ ଜନ୍ମ ଭୂମି ପୁଣ୍ୟ ଦେବାଳୟ

, ପାଇଁ ତନୁ କଲେ କ୍ଷୟ

ଗୋପବଂଧୁ ହେଲେ ମଣି ଉତ୍କଳର

, ବାରତା ଦେଇ ଅକ୍ଷୟ ।୯।


ଜାତି ପ୍ରେମ ବହ୍ନି ହୃଦେ ଜାଳିବାକୁ

, ମଧୁ ବାରିଷ୍ଟର ସଜ

ବର୍ଣବୋଧ ଶିକ୍ଷା ବିଭୁକୃପା ଭିକ୍ଷା

' ଭକ୍ତ ମଧୁ କଥା ହେଜ ।୧୦।


ଝାସ ଦେଇ ବାର ଶହ ବଢେଇର

, ଦାୟ ଧରମା ରଖିଲା

ବାଜିଆ ରାଉତ ଦେଶ ରକ୍ଷା ହିତ

, ବନ୍ଧୁକେ ଛାତି ପାତିଲା ।୧୧।


ପଂଚସଖା ତତ୍ୱ ଆଗମ ସାହିତ୍ୟ

, କାଳଜୟୀ ସେ ରଚନା

ଭଂଜ ଅଭିମନ୍ୟୁ ଦୀନକୃଷ୍ନ ରୀତି

, ସାହିତ୍ୟର ଜୈତ୍ର ବାନା ।୧୨।


ସ୍ୱଭାବେ ବିଭୋର କବି ଗଙ୍ଗାଧର

, ବାମଣ୍ଡା ରାଜା ଆବର

ଭାଷା ରକ୍ଷାଲାଗି ତ୍ରିବେଣୀ ସଙ୍ଗମ

ରାଧା ମଧୁ ଓ ଫକିର ।୧୩।


ଭାରତ କମଳେ ଶୋଭା ପାଉଅଛି

, କେଶର ସମ ଉତ୍କଳ

ଗରବେ ଗାଇବା ଜୟଗାନ ତାର

, କହିବା ବନ୍ଦେ ଉତ୍କଳ ।୧୪।


Rate this content
Log in