Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

5.0  

SARATA KUMAR DAS

Others

ଝିଅ ପାଇଁ ଉପହାର

ଝିଅ ପାଇଁ ଉପହାର

1 min
335



ସଜାଇ ଦେବି ମୁଁ ନିଜ ହାତେ ଝିଅ

ନବବଧୂ ବେଶ ତୋର

ହାତକୁ ଦିପଟ ଶଙ୍ଖା ଯାଚି ଦେବି

ମଥାରେ ସିନ୍ଦୂର ଗାର ।।


ନୟନ ଯୁଗଳେ କଜ୍ବଳ ର ଗାର

କପାଳେ କୁଙ୍କୁମ ଧାର

ପାଦରେ ଅଳତା ଶୋଭା ପାଉଥିବ

ନୁପୂର ର ସାତ ସୁର ।।


ଆଖିରେ ଆଖିଏ ସପନ ଦେବି ମୁଁ

ହୃଦୟରେ ସହିଷ୍ଣୁତା

ମନରେ ଭରିବି ଭକ୍ତିର ଶକତି

ହେବୁ ତୁ ଜଗତଜିତା ।।


ଆଂଜୁଳିରେ ଦେବି ଆଂଜୁଳେ ଆଶିଷ

ମୁହଁ ରେ ଫୁଟିବ ହସ

ପରକୁ ଆପଣା କରି ତୁ ଶିଖିବୁ

ଋତୁ ହେବ ମଧୁ ମାସ ।।


ପ୍ରୀତି ପୁଲକରେ ସଂସାର ଗଢିବୁ

ସ୍ବାର୍ଥକୁ ଦେବୁ ଆହୁତି

ତ୍ୟାଗ ତିତିକ୍ଷାର ଯାଦୁକାରୀ ମନ୍ତ୍ର

ସମର୍ପି ଦେବୁ ତୁ ନିତି ।।


ପ୍ରାଣରେ ଭରିବି ଅପୂର୍ବ ସ୍ପନ୍ଦନ

ଧୈର୍ଯ୍ଯର ଅମରାବତୀ

ଜୀବନର ଜ୍ୟୋତି ଝଲମଲ ହେବ

ସାଉଁଟିବୁ ଯଶଖ୍ୟାତି ।।


ଚାଲିରେ ତୋ'ର ପଦ୍ମ ଫୁଟୁଥିବ

ଝରୁଥିବ ପୁଣ୍ୟ ଧାର

ସ୍ନେହ ମମତାର ପୂର୍ଣ୍ଣକୁମ୍ଭ ଧରି

ତୋଳିବୁ ସରଗ ପୁର ।।


ଝାରିବୁନି କେବେ ବୁନ୍ଦାଏ ଲୁହ ତୁ

ଅଜାଡି ଦେବୁ ତୁ ମୋତେ

ବାକିଥିବା ଯେତେ ଆୟୁଷ୍ମ ମୋହର

ସମର୍ପି ଦେବି ମୁଁ ତୋତେ ।।


ଲକ୍ଷେ ଭାର ପଦ୍ମ ଦେଇପାରିବିନି

ସୁନା ରୂପା ମୋତି ହୀରା

ଦୋଷ ଧରିବୁନି ପର କରିବୁନି

ତୁ ପରା ନୟନ ତାରା ।।


ଚନ୍ଦନ ଚର୍ଚ୍ଚିତ କୋମଳ ଆଶିଷ

ଭାବିନେବୁ ଉପହାର

ଝିଅ ଜନମ ତ ପର ଘରକୁ ଲୋ

ଚାଲିଯିବୁ ଶାଶୁ ଘର ।।


ଶରତ କୁମାର ଦାସ


Rate this content
Log in