ବେସୁରା ଗୀତି-୭୦୩
ବେସୁରା ଗୀତି-୭୦୩
1 min
6.8K
କାହିଁକି ଆସିଛ ବର୍ଷା ଗୋ ତୁମେ
କାହିଁକି ଯାଉଛ ଝରି
କାହାର ଭିଜାଅ ଆଖିପତା ତୁମେ
କା'ର ସୁଖ ନିଅ ହରି ॥
କା ହୃଦୟେ ତୁମେ ରିମ ଝିମ ସ୍ଵରେ
ପ୍ରୀତି ମହ୍ଲାର ଗାଅ
କା ହୃଦୟେ ଭର ବେଦନା ର ସ୍ଵର
କା ଆଖିରେ ଦିଅ ଲୁହ ॥
ବର୍ଷା ଗୋ ତୁମେ ଭିଜା ଭିଜା ମାଟି
ଭିଜା ଭିଜା ସ୍ଵପ୍ନ କାର
ବର୍ଷା ଗୋ ତୁମେ ବିରହୀ ପ୍ରାଣ ର
ଅଭିମାନ ହୃଦୟ ର ॥
ତୁମେ ଆସିଗଲେ ଉଛୁଳେ କା ପ୍ରାଣ
ମିଳନ ମଧୁର ତାନେ
କା କଣ୍ଠରୁ ଶୁଭେ ବେଦନା ବିଧୁର
ସ୍ଵରଟିଏ ପ୍ରତିକ୍ଷଣେ ॥
ବର୍ଷା ଗୋ ତୁମେ ଆସିଅଛ ଯଦି
ନେଇ ଯାଅ ସବୁ ଦୁଃଖ
କଠିନ ପ୍ରାଣ କୁ ତରଳାଇ ଦିଅ
ଦେଇ ଯାଅ କିଛି ହସ ॥