ମାଟିର ସ୍ପର୍ଶ
ମାଟିର ସ୍ପର୍ଶ
ପୁଣିଥରେ
ଫେରି ଆସିଲି
ଦେଖ
ଦୋ ମୁହାଁ ଛକ ନିକଟକୁ
ଖୋଜିବା ପାଇଁ
ସେଇ
ଶରତ ସ୍ନିଗ୍ଧସ୍ନାତା ଗୋଲାପର ସ୍ପର୍ଶକୁ-------(୧)
ସକାଳ ହେବା ପାଇଁ
ଢେର ରାତି ବାକି ଅଛି
ତାହା ସହ ବି ତିମିଶ ଅନ୍ଧାର
ଭଲ ହୁଅନ୍ତା ନି ଛୋଟିଆ ମହମବତୀ ର ଆଲୁଅ ଢେର ଅଧିକା ହୋଇଯାଆନ୍ତା ଅନ୍ଧାରର
ପରିମାପକ ଠାରୁ----(୨)
କିନ୍ତୁ---,
ଆଲୋକ ସମ୍ବସ୍ତରର ଆସିବାକୁ
ଢେର ଦିନ ବାକି ଅଛି
ରାତି ଓ ଅନ୍ଧାର
ଏମିତି ତା ଖେଳ ଖେଳୁ ଥାଉ
ନିଷ୍ପଭ ତାରା ମାନଙ୍କ ଗହଣରେ
ଆକାଶ ଏମିତି ଖୋଜୁ ଥାଉ
ମାଟିର ସ୍ପର୍ଶ,
ପରିପକ୍ଵ ହେଲା ପରେ
ଗଛ ବି
ତା ଛାତିର ପ୍ରିୟ ପତ୍ରକୁ କରି ଦିଏ ନି କି
ବୃନ୍ତଚ୍ୟୁତ-------(୩)
©®କାଶ୍ୟପ
ରାମ ପ୍ରସାଦ ବିଶୋଇ
ରାୟଗଡା ।