Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ପାର୍ବଣ ଋତୁ

ପାର୍ବଣ ଋତୁ

1 min
7.1K


ଚାଲିଛି ଚାଲିଛି ଧର୍ମର ପାବନ ପାର୍ବଣ ଋତୁ

ଚାନ୍ଦା ବାଲାଙ୍କ ଇଏ ଚନ୍ଦେଇବା ଋତୁ

ମଧ୍ୟବିତ୍ତ ଗରିବଙ୍କୁ ଘୋଷାଡି ତଣ୍ଡେଇ

ମଦୁଆ କରିବେ ନାଟ ତାଥେଇ ତାଥେଇ ।

ଶିବ ସର୍ବସ୍ୱ ଦାନ କରି କଲେ ମଶାଣି ବାସ

ତାଙ୍କରି ବଂଶ କରନ୍ତି ନିରୀହ ଭକ୍ତଙ୍କ ସର୍ବନାଶ !

ଗଶେଷ ଚତୁର୍ଥୀ ପରେ ଆସେ ଦୂର୍ଗା ପୂଜା

କାଳୀ ପୂଜା ପରେ ଗହଳ ଲଗାଏ କାର୍ତ୍ତିକ ପୂଜା ।

ମଝିରେ ରହିଗଲା ଯେଉଁ ଗଜଲକ୍ଷ୍ମୀ ଦେବୀ ପୂଜା

ତାହାର ବିଧାନ କଲା କେଉଁ ପଣ୍ଡିତର ଅଜା ?

ଦୀପାବଳୀ ଆସେ ନେଇ ଆଲୋକର ରୋଷଣୀ

ପରିବେଶ ଜାଳି ପୋଡି ହତଶୀରି କରେ ପାଷାଣୀ ।

ପୂଜାପାଠ ସିନା ହୁଏ ପରିବେଶ ଶୁଦ୍ଧ କରିବାକୁ

ସମାଜକୁ ଭକ୍ତିମୟ ତନ୍ମୟ ମନ୍ମୟ କରିବାକୁ !

ମଦବନ୍ୟା ରୋଷଣୀ ଡିଜେ ଅଶ୍ଳୀଳ ନାଚ କରି

ପୂଜା କଲେ କେଉଁ ଦେବତା ଆସିବେ ଅବତରି !

ଅଶ୍ଳୀଳ କାମନା ପାଇଁ ପୂଜନର କିବା ଅଛି ଲୋଡା

ଦାଦା ଚାନ୍ଦା ମାଗିଲେ ନୋଟ ତ ମିଳେ ବିଡାବିଡା

ପୂଜା ପାର୍ବଣକୁ ଦୟାକରି ତା ବାଟରେ ଛାଡିଦିଅ

ନତୁବା ଶିବ ରାଗି କରିବେ ତାଣ୍ଡବ ଜାଣିଥା ନିଶ୍ଚୟ ।

ବିଶ୍ୱେଶ୍ୱର ମାଝୀ


Rate this content
Log in