Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ମୋ ପ୍ରୀତି ଅତି ନିଆରା

ମୋ ପ୍ରୀତି ଅତି ନିଆରା

1 min
1.2K


ପ୍ରେମ ବାଣ୍ଟୁ ବାଣ୍ଟୁ

ପ୍ରୀତି କୁ ପାଇଲି

ସେ ପ୍ରୀତି ଅତି ନିଆରା ।


ହୃଦୟ ବେଳାରେ

ତା'ପଣତ ତଳେ

ଲାଗିଲା ମୋର କିନାରା ।


ସମ୍ପର୍କ ସିନ୍ଧୁ ରେ

ନୈବେଦ୍ୟ ବିନ୍ଦୁରେ

ହୃଦୟ ଦୀପକୁ ଜାଳି ।


ନିଶାର୍ଦ୍ଧ ପ୍ରହରେ

ପାଇଥିଲି ବୋଲି

ନିଶିଗନ୍ଧା ନାମ ଦେଲି ।


ନିଶିଗନ୍ଧା ତୁମେ

ନିଶିରେ ନିଶିରେ

ଛପି ଛପି ଯାଅ ଚାଲି ।


ଋତୁ ଆସି ଋତୁ

ଚାଲିଗଲା ପରେ

ହୁଅ ତୁମେ ଚଇତାଳି ।


ଚୈତାଳି ଚମକେ

ତୁମ ଦେହ ରଙ୍ଗ

ଫଗୁଣ ଫଗୁଣ ଦିଶେ ।


ରଜନୀଗନ୍ଧା ର

ଶୁଭ୍ର ସୁରଭିରେ

ବାସନ୍ତୀ ବାସନ୍ତୀ ବାସେ ।


ଆଗୋ ନିଶିଗନ୍ଧା

ବନ୍ଧନରେ ବନ୍ଧା

ପ୍ରୀତି ପତର ରେ ପ୍ରୀତ ।


ସେ ପ୍ରୀତି ପତର

ସଂଭ୍ରମ,ସଂଯମ,

ମର୍ଯ୍ୟାଦାରେ ଅଳଙ୍କୃତ ।


ତୁମ ଅଳଙ୍କାର

ବିସ୍ତୀର୍ଣ୍ଣ ବର୍ଣ୍ଣର,

ନୁହେଁ ସ୍ବର୍ଣ୍ଣ ଆଭୂଷଣ ।


ସ୍ନିଗ୍ଧ,ସାବଲୀଳ

ହୃଦୟ ତୁମର

ବିଶ୍ୱ ଭାରତୀ ଭୂଷଣ ।


ହେ ବିଶ୍ୱ ଭାରତୀ

ଜାତୀୟ ସଂଘତି

ପୁଣ୍ୟ ଶାନ୍ତି ନିକେତନ ।


ନାରୀଙ୍କ ନାରୀତ୍ବ

ପ୍ରତିନିଧି ତୁମେ

ତୁମକୁ କୋଟି ସମ୍ମାନ !


Rate this content
Log in