Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibanand Banchhor

Others

3  

Shibanand Banchhor

Others

ଅଧର୍ମର ଖେଳ

ଅଧର୍ମର ଖେଳ

1 min
177




ଆକ୍ରମଣ ଉପରେ ଆକ୍ରମଣ 

ପରାଜୟ ପରେ ପରାଜୟ

ତଥାପି ତୁମେ ଆମାନିଆ 

ରକ୍ତର ହୋଲିରେ ଲାଲ୍ ହେବାକୁ ଚାହୁଁଛ 

ଆତଙ୍କବାଦର ଖେଳ ଚଲାଇ 

ନିଜ ଦୋଷକୁ ଲୁଚାଇବାକୁ ଚେଷ୍ଟା କରୁଛ ।।


ବୋଧେ ତୁମେ ଶୁଣିନ 

କି ଜାଣିନ ଯେ ଅଧର୍ମର ଖେଳରେ 

ଜୟ ଦୁର୍ଯ୍ୟୋଧନର ହୁଏ କି ଯୁଧିଷ୍ଠିରଙ୍କ

ରାମଙ୍କ ନା ରାବଣର 

ସତ୍ୟର ନା ଅସତ୍ୟର  ।।


କାହିଁ କେତେ କାଳରୁ ବିଶ୍ୱାସଘାତର

ବ୍ୟୁହ ରଚନାକରି ଧର୍ମଭୂମି ଭାରତକୁ 

ଛନ୍ଦିବାକୁ ଛେଷ୍ଟା କରୁଛ 

ହେଲେ ଏ ହେଉଛି ରାମଭୂମି ,କୃଷ୍ଣଭୂମି 

ବୀର ସିପାହୀଙ୍କ ଭୂମି 

ଯେତେ ହେଲେ ତୁମ ଛଳନାର ବ୍ୟୁହ 

ଅଟାକାଇବାକୁ ସମର୍ଥ ହେବ ନି ।।


ଏ ମାଟି ପବିତ୍ର , ଶୁଦ୍ଧ 

ବହିଯାଉଛି ପାପନାଶିନୀ ଗଙ୍ଗା 

ଶିରା ପ୍ରଶିରାରେ ବୀରତାର ରକ୍ତ

ହୃଦୟରେ ଅଛି ନେତାଜୀଙ୍କ ଆହ୍ବାନ

ଏହି ଦେଶର ଇତିହାସ ସ୍ବର୍ଣ୍ଣୀମ 

କେବେ ତାକୁ ହରାଇବାକୁ ଦେବନି 

କି କାହାଠୁ ହାରିବନି ।।



         ଶିବାନନ୍ଦ ବନଛୋର

          ଶକ୍ତି, ଝାରବନ୍ଧ


Rate this content
Log in