Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

ବଡ ଠାକୁରଙ୍କ ବଡଯାତରା

ବଡ ଠାକୁରଙ୍କ ବଡଯାତରା

1 min
14K


ଯାଉଛିରେ ଧରି ଭାଇ ଭଉଣୀଙ୍କୁ

ବଡଦାଣ୍ଡେ ବଡ ଗହଳି

ଯାଉଛି କାଳିଆ ଗହଳ ଲଗାଇ

ଆସ ଯିବା ଆସ ଶଙ୍ଖାଳି


ରତନ ବେଦୀରୁ ଜନମ ବେଦୀକୁ

ନଅ ଦିନ ହେବ ଯାତରା

ଧାଡି ପହଣ୍ଡିରେ ଆସିଛି ବିଜେରେ

ଟାହିଆରେ ଟଣା ଓଟରା।


ରେଶମ ରଜ୍ଜୁରେ ରଥ ପରେ ପରେ

ହୁଏ ଟଣା ଭିଡା ଭଣ୍ଡାରା

ବସିବା ହୁଅଂତି ଯେଝା ରଥେ ଯିଏ

ଭକତ ଭାବରେ ଚିତରା


ଗଜପତି ରାଜା କରନ୍ତି ପହଁରା

ତାପରେ ଡାହୁକ ଡାକରା

ବଚନେ ଉଚ୍ଚାଟ ଦେଇ ଥାଟ ବାଟ

ଚାଲୁଥାଏ ରଥ ଘୋଷରା।


ଆଗେ ତାଳଧ୍ଵଜ ତାପରେ ଦରପ

ଦଳନ ପରେ ନନ୍ଦିଘୋଷ

ଘଣ୍ଟ ଘୋର ନାଦ ଦେଉଥାନ୍ତି ବାଦ

ଘଣ୍ଟକେ ଦେଇ ଘଣ୍ଟଘୋଷ


ପ୍ରଭୁଙ୍କର ରୀତି ଭାତୃ ସ୍ନେହ ପ୍ରୀତି

ଭଉଣୀ ଆଦର କରି

ପତ୍ନୀ ଲକ୍ଷ୍ମୀ ଦେବୀ ରହିଥାନ୍ତି ରାଗି

ଅଭିମାନେ ଅଭିହାରୀ


ବଡଶଙ୍ଖ ଯିବେ ବଳଗଣ୍ଡି ଡେଇଁ

ଗୁଣ୍ଡିଚା ଗୁଡିରେ ରହିବେ

ହେରା ପଞ୍ଚମୀରେ ଲକ୍ଷ୍ମୀ ଠାକୁରାଣୀ

ରୋଷେ ରଥ କାଠ ଭାଙ୍ଗିବେ


ଦଶମୀ ତିଥିରେ ବାହୁଡେ କାଳିଆ

ବଡ ଦାଣ୍ଡେ ଭିଡ ପୁରିବ

ବଡ ଏକାଦଶୀ ହେବେ ସୁନାବେଶୀ

ରଥାରୁଢ ରହି ହୋଇବ


ଅଧର ପଣାକୁ ପିଉଥିବେ ଭରି

ପରିଜନ ପୁଷ୍ଟି ପାଇଁ ତ

ବିଶ୍ଵରେ ବିସ୍ମୟ ନୀଳାଦ୍ରି ବିଜୟ

ଭକ୍ତ ଜନ ମନ ଅର୍ଚ୍ଚିତ


ମର୍ତ୍ତ୍ୟରେ ବୈକୁଣ୍ଠ ଲୀଳା ହେଲେ ପୁଷ୍ଟ

ମାନବ ପାଏ ସତଶିକ୍ଷା

ପତିତପାବନ ପତିତ ଜନରେ

ଦେଉଥାନ୍ତି ତୁନ୍ଦ ତିତୀକ୍ଷା।


ପ୍ରଶାନ୍ତ କୁମାର ହୋତା


Rate this content
Log in