Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ବିଶ୍ୱ କବିତା ଦିବସର ବାର୍ତ୍ତା

ବିଶ୍ୱ କବିତା ଦିବସର ବାର୍ତ୍ତା

1 min
143


ସାହିତ୍ୟର ଏକ ମନ୍ମୟ ପ୍ରକାଶ କବିତା ତନ୍ମୟ ସୃଷ୍ଟି

କବି କରିପାରେ ବିନା ବାରିଦରେ ଧରାରେ କୁଳିଷ ବୃଷ୍ଟି ।

କୋଇଲିର କୁହୁତାନ ଝରଣାର କୁଳୁ ନାଦ ସାଂଗିତିକ

ଝରା ପତରର ମର୍ମର ଧ୍ୱନି କବିକୁ କରେ ଉଚ୍ଚାଟ ।

କ୍ରୌଂଚ ମିଥୁନ ଦର୍ଶନେ ବାଲ୍ମିକୀ ରାମାୟଣ ରଚିଥିଲେ

ଭସାମେଘ ଦେଖି ମେଘଦୂତ କାବ୍ୟ କାଳିଦାସ ବିରଚିଲେ ।

କାର୍ମୁ କାଫକା ଶେଲୀ ବାଇରନ ଟେନିସନ ଆଦି ସ୍ରଷ୍ଟା

ଭାରବୀ ଶ୍ରୀହର୍ଷ ମାଘ ଅଭିମନ୍ୟୁ ଭଂଜ ଆଦି ଦିବ୍ୟ ଦ୍ରଷ୍ଟା ।

ଡାଫୋଡିଲ୍ ର ପ୍ରେମରେ ପଡିଲେ କବି ୱାର୍ଡସୱାର୍ଥ

ହେମପୁଷ୍ପ ଦିବ୍ୟ ପ୍ରେମ ସଂରଚନା ମାୟାଧରଙ୍କ ଅବ୍ୟର୍ଥ ।

ଚିଲିକାର ଚାରୁ ଚିତ୍ରପଟ ଦେଖି ବିହ୍ୱଳ ଉତ୍କଳମଣି

ମୋ ଜୀବନ ପଛେ ନର୍କେ ପଡିଥାଉ ସନ୍ଥ ଭୀମଭୋଇ ଭଣି ।

କବିଟି ଆମର ଦୁତୀୟ ଈଶ୍ବର ସମାଜେ ବାରତା ଦିଏ

ଏକୋଇଶ ମାର୍ଚ୍ଚ କବିତା ଦିବସେ ପ୍ରଣାମ ମୁହିଁ ଜଣାଏ ।

-ବିଶ୍ୱେଶ୍ଵର ମାଝୀ-


Rate this content
Log in