Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

2  

Abhakanta

Others

ଜୋଛନା ଜାବୋଡ଼ି ଜୀଇଁବି ଚାହିଁ ମୁଁ

ଜୋଛନା ଜାବୋଡ଼ି ଜୀଇଁବି ଚାହିଁ ମୁଁ

1 min
6.6K


ଜୋଛନା ଜାବୋଡ଼ି ଜୀଇଁବି ଚାହିଁ ମୁଁ

ଆଭାକାନ୍ତ ମହାନ୍ତି

 

ଜୋଛନା ଜାବୋଡ଼ି ଜୀଇଁବି ଚାହିଁ ମୁଁ

     ଜଳୁଛି ଜୀବନସାରା

ଏକେଲା ଭାବନା ଶ୍ରମେ ଶୁଏ ପାରି

       ସ୍ମୃତିର ସେଇ କତରା । ୦ ।

 

ଭାବନାକୁ ଚାପି ସପନ-ସହର

       ଗଣୁଥିଲି ପ୍ରତି ବିତିଲା ପ୍ରହର

ମୋର ବିଭୋରତା ଆଢୁଆଳେ ରହି

       ମିଠା ସଙ୍ଗେ ଗୋଳି ଦେଲା ସେ ଜହର

ଅନୁତାପ-ତାପେ ସିଝି ବି ଖୋଜୁଛି

       କେଉଁ ଦୋଷ କଲି ପରା । ୧ ।

 

ଯେତେକ ଯାତନା ଜୀବନେ ଜାଗିଛି

       ଆୟୁଷ ମାଇଲଖୁଣ୍ଟକୁ ଜଗିଛି

ଜଗତ ଜାଣେନା, ହେଲେ ଏ ଯାତନା

       ମୋ ଆଶା-ଶବରେ ଜିଅନ୍ତା ଲାଗିଛି

ହୃଦୟ-ପାଟକୁ କରିଛି ସାହାରା

       ଢାଳି ଚଇତିଆ ଖରା । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in