ସଂଳାପ-୮୪*
ସଂଳାପ-୮୪*
1 min
12.9K
ସଂଳାପ-୮୪*
ବର୍ଷା----ଅବୁଝା ତୁମେ,
ଘଡଘଡି ଆସନ୍ନ ପୂର୍ବ
ବିକଟ ଚିତ୍କାର ଫଟାଇ ଦିଏ,
ପାହାଡର ଛାତି,
ବିଜୁଳି
ଜାଳି ଦିଏ ସବୁଜିମାର ସ୍ୱପ୍ନ,
ଭିଜା ପର ପକ୍ଷୀ ମନ
ଖୋଜେ
ଆଶ୍ରୟ ଘନବୁଦା ଅାଢୁଆଳେ,
ଭିଜା ମାଟି ମିଳନ ରାଗେ
ମହକି ଉଠେ ଲୁଣିଆ ସମୁଦ୍ର ଗନ୍ଧେ,
ଝରକା ଅନ୍ତରାଳେ,
କବିପ୍ରାଣ
ଖୋଜିଚାଲେ ରାଗ ମିଶ୍ର ତାନ -------
ବୁଝି ହୁଏନା,
ବର୍ଷା-ତୁମ ଧ୍ୱନି,ମୂର୍ଚ୍ଛନା
ଅବା
ସଙ୍ଗୀତ ରାଗ
ସନ୍ଦିହାନ,
ସିନ୍ଧୁଭୈରବୀ ତାଳ,
ମଦଳସା ଛନ୍ଦେ, ବିରହ ମନେ ଭରେ
ରାଗ ମଲ୍ଲ୍ହାର,
କୋକିଳ ତାନ
ଚିଂ ଚାଂ ଚେଇଁ ଶବ୍ଧ ସମ୍ଭାରର
ରାଗ ରାବଳି ବି
ଅବୁଝା ହୋଇ ଯାଏ,
ଝର ,ଝର ,ଟପଟାପ୍
ବିନ୍ଦୁ ବିନ୍ଦୁ ପତ୍ରରୁ ଝରି ପଡ଼େ
ମାଟିର ସ୍ପର୍ଶକାତର ବର୍ଷା
ଅବୁଝା ତୁମେ--------!!
©®କାଶ୍ୟପ,ରାୟଗଡା ।