Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

2  

Pranati Mahapatra

Others

ପ୍ରେମ ପ୍ରଣତି-92

ପ୍ରେମ ପ୍ରଣତି-92

1 min
6.8K


ରଙ୍ଗବେରଙ୍ଗର ଫଗୁଣଟା ଆଜି

ଖାଲି ଫିକା ଫିକା ଲାଗେ,

ଆମ୍ବଡାଳେ ବସି ବିରହୀ ପିକଟା

ଖତେଇ ହେଉଛି ଆଗେ।

ସିନ୍ଦୁର ହାଟରୁ ସିନ୍ଦୁର ଫରୂଆ

ଆଣିଥିଲି ସରଧାରେ,

କେଉଁ ବଣିକର ମାୟାଜାଲେ ଫସି

ଯାଚିଦେଲି ଉପହାରେ।

ଏକା ଏକା ଯାଇ ସାଗର ବେଳାରୁ

ଖୋଜିଥିଲି ମୋ ଶାମୁକା,

କିଏ ସେହି ମୋତି ଚୋରାଇ ନେଇଛି

ଲହରୀ କହୁଛି ତୁ ଆଜି ଏକା।

ଦୂର ଦିଗ୍ ବଳୟ ଦିଶୁନି ଆଖିକୁ

ବହୁଦୂର ଯାଇଅଛି,

ଦିବାସ୍ଵପ୍ନ ସବୁ ପାଣିଫୋଟକାରେ

ନିମିଷେ ମିଳାଇ ଅଛି।

କେମିତି ବଞ୍ଚିବି କା ପାଇଁ ସଞ୍ଚିବି

ପ୍ରେମର ଅମ୍ବୃତ ଖଣି,

କିଏ ନେଇଗଲା ଗଭୀର ସାଗରୁ

ଶାମୁକା ଭିତରୁ ମଣି।

କା'ପାଇଁ ଜାଳିବି ପ୍ରିତୀର ଦୀପାଳୀ

ପ୍ରେମକୁ ସଳିତା କରି,

ମୋ ମନ ବନରୁ ମଧୁ ଗୋଲାପକୁ

କିଏ ନେଇଗଲା ହରି;।


ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର

୮୯୮୪୯୬୫୦୬୭

🌻🌻🌻🌻🌻🌻🌻🌻


Rate this content
Log in