Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଦୀପାବଳି ଦୀପାଞ୍ଜଳି

ଦୀପାବଳି ଦୀପାଞ୍ଜଳି

2 mins
14.1K



ରଚନା : ଶ୍ରୀ ରାଜଶେଖର 'ସି' ' ଚିମା '


ଆସନ୍ତୁ କରିବା ଦୀପାଳିଙ୍କ ଦିବ୍ୟ ଦୀପାବଳି ପର୍ବ ର ଆହ୍ୱାନ,

ନିଜ ପୂର୍ବଜନଙ୍କୁ ଏହି ପର୍ବ ଦ୍ୱାରା କରିବା ସମ୍ମାନ |


ଦିବ୍ୟ ଦୀପାବଳି ହେଉଛି ପାଞ୍ଚଦିନ ର ମହୋତ୍ସବ,

ସନାତନ ଧର୍ମ ର ଯାହା ବିଶିଷ୍ଟ ବୈଭବ |


ଦୀପଙ୍କର ଦୀପକ ଦୀପିକା ର କାନ୍ତି ଦ୍ୱାରା ହୁଏ ଅଞ୍ଜଳି,

ଶ୍ରୀ ମହାଲକ୍ଷ୍ମୀ ଦୀପଲକ୍ଷ୍ମୀ ଙ୍କୁ ସମର୍ପଣ ହୁଏ ଦୀପାବଳି ଦୀପାଞ୍ଜଳି |


ଆଦି ରେ ପାଳିତ ହୁଏ ଧନ-ତ୍ରୟୋଦଶୀ,

ଆୟୁର୍ବେଦ ଆରୋଗ୍ୟ ଦେବ ଶ୍ରୀ ଧନ୍ଵନ୍ତରୀ ଆମ୍ଭ ଶ୍ରେୟୋଭିଳାଷୀ |


ଧନ ତ୍ରୟୋଦଶୀ ଦିନ କରିବା ସଞ୍ଜବେଳେ ଜମା ଦୀପଦାନ ,

ପାଇବା ଆୟୁଷ ଆଶୀର୍ବାଦ ସ୍ୱାସ୍ଥ୍ୟ ର ଅବଦାନ |


ପରଦିନ ପାଳିବା ନରକ ଚତୁର୍ଦ୍ଦଶୀ ,

ମାନେ ରଖିବା ଯେ ଆମ ପୂର୍ବପୁରୁଷ ସଦା ଆମ ହିତୈଷୀ |


ଚତୁର୍ଦ୍ଦଶୀ ସନ୍ଧ୍ୟା ଦୀପ ଦ୍ୱାରା ଶ୍ରଦ୍ଧାଞ୍ଜଳି ପାଆନ୍ତି ପୂର୍ବଜ ,

ଏହି ଦୀପ ଆଭାସ କରାଏ ଯେ ଆମେ ବି ହେବୁ ପୂର୍ବଜ |


ଶ୍ୟାମାକାଳୀଙ୍କ ଆରାଧନା ପାଇଁ ପ୍ରସିଦ୍ଧ ଯେ ଦୀପପୁଞ୍ଜ ପାର୍ବଣ,

ଜଗନ୍ମାତା ଜଗଜ୍ଜନନୀ ଙ୍କ ଆଶୀର୍ବଚନ ପ୍ରାପ୍ତ କରନ୍ତୁ ଭକ୍ତଗଣ |


ନରକାସୁର ଉପରେ ଜୟ କରିଲେ ସତ୍ୟଭାମା ଶ୍ରୀକୃଷ୍ଣ,

ସ୍ମରଣ ନ କରିଲେ ହେବନି ଏହି ପାର୍ବଦିନ ସମ୍ପୂର୍ଣ୍ଣ |


ଆସନ୍ତୁ ଲଗେଇବା ଦୀପାବଳି ଅମାବାସ୍ୟାର ସନ୍ଧ୍ୟାଦୀପ,

ଯାହା ହେବ ଆମ ସମସ୍ତଙ୍କ ପାଇଁ ଜ୍ଞାନଦୀପ |


ସାୟଂକାଳେ ପୂଜା ପାଆନ୍ତି ଘରେ ଘରେ ଶ୍ରୀମହାଲକ୍ଷ୍ମୀ,

ଦୂରେଇ ଯାଆନ୍ତୁ ସମସ୍ତଙ୍କ ଜୀବନରୁ ଅଲକ୍ଷ୍ମୀ |


ଶ୍ରୀକ୍ଷେତ୍ର ରେ ପାଳିତ ହୁଏ ପିତୃପୁରୁଷଙ୍କ ବଡ଼ବଡ଼ୁଆ ଡାକ ପର୍ବ ,

ଉତ୍କଳଦେଶ ଦୀପାବଳି ର ଏହି ରୀତିନୀତି ଅତି ଅପୂର୍ବ |


ତୈଳେ ଲକ୍ଷ୍ମୀ ଜଳେ ଗଙ୍ଗା କହି ହୁଏ ଦୀପାବଳି ର ଅଭ୍ୟଙ୍ଗସ୍ନାନ,

ଅତି ଲକ୍ଷ୍ମୀବନ୍ତ ହେଉଛି ଏହି କାନ୍ତିପ୍ରଦ ଶୁଭପ୍ରଦ ଶୁଭଦିନ |


ଲଙ୍କା ବିଜୟ ଅନନ୍ତର ଲକ୍ଷ୍ମଣଙ୍କ ସହ କରନ୍ତି କୋଦଣ୍ଡପାଣି ଶ୍ରୀସୀତାରାମ ଅଯୋଧ୍ୟା ଆଗମନ,

ଦୀପକାନ୍ତି ରେ ପ୍ରଜ୍ଜ୍ଵଳିତ ହୁଏ ଅଯୋଧ୍ୟାବାସୀଙ୍କ ମନ |


କାର୍ତ୍ତିକ ଶୁକ୍ଳ ପ୍ରତିପଦ ଦିନ ଯେ ଗିରି ଗୋବର୍ଦ୍ଧନ ପୂଜା ,

କହ୍ନେଇଙ୍କ ଭକ୍ତି ରେ ଭକ୍ତ ହୁଅନ୍ତି ସୌହାର୍ଦ୍ଦ ରେ ଭିଜା |


ଭାତୃ-ଦ୍ଵିତୀୟା ଭାଇ ଭଉଣୀଙ୍କ ପାଇଁ ସ୍ନେହମୟ ସମୟ ବହୁ ପୂଜନୀୟ ,

ଯମଦ୍ଵିତୀୟା ଭଗିନୀ ହସ୍ତଭୋଜନ ଅତୁଳନୀୟ |


ଦୀପଶିଖା ର ଜ୍ୟୋତି ଯେ ସ୍ୱୟଂ ପରଂବ୍ରହ୍ମ ,

ନିଜ ଚକାଆଖିରୁ ସମସ୍ତଙ୍କ ଉପରେ କୃପଦୃଷ୍ଟି ରଖନ୍ତୁ ଦାମୋଦର ଦାରୁବ୍ରହ୍ମ |


Rate this content
Log in