Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

3  

Ansuman Swain

Others

ଦେଖ ,ଦେଖ ମୋର କାଳିଆ ସୁନାକୁ

ଦେଖ ,ଦେଖ ମୋର କାଳିଆ ସୁନାକୁ

1 min
7.1K


ଦେଖ ଦେଖ ମୋର କାଳିଆ ସୁନାକୁ

ଆସୁଅଛି ଝୁଲିଝୁଲି

ଭକତ ଗହଣେ ମୁରୁକି ହସୁଛି

ହସୁଛି ଶରଧା ବାଲି ।

ହସୁଛି ଶରଧା ବାଲି ............

ଖଣ୍ଡୁଆ ପାଟରେ ପୁଷ୍ପ ଚନ୍ଦନରେ

ବାସୁଅଛି ମହମହ

ନଦୀଆ କୀର୍ତ୍ତନେ ଉଠୁଛି ପଡୁଛି

ବଡ଼ ଦାଣ୍ଡେ ବଡ଼ ଦିଅଁ ।

ବଡ଼ ଦାଣ୍ଡେ ବଡ଼ ଦିଅଁ ............

ଦେଖ ଦେଖ ମୋର ବଡ଼ ଠାକୁରଙ୍କୁ

ଦେଖ ତା ନାଲିଆ ବେଶ

କୋଟିକୋଟି ଭକ୍ତ ମୁଖ ରେ ଭରିଛି

ମଧୁର ମଧୁର ହସ ।

ସୋରିଷ ବୁଣିଲେ ତଳେ ପଡୁନାହିଁ

ସବୁଆଡେ ହରି ନାମ

କି ଅବା ଲେଖିବି ଭାଷା ପାଉନାହିଁ

ରଥେ ବିଜେ ଘନଶ୍ୟାମ ।

ରଥେ ବିଜେ ଘନଶ୍ୟାମ ...........


Rate this content
Log in