Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

☀☀ ସ୍ତ୍ରୀ ☀☀

☀☀ ସ୍ତ୍ରୀ ☀☀

1 min
6.9K


    ☀☀   ସ୍ତ୍ରୀ   ☀☀

ସ୍ତ୍ରୀ !
ପ୍ରେମିକା ନୁହଁ ଯେ ,
ମନ କି ହୃଦୟ ବିନା, ଆଉ କିଛି ଭାବି ନ ପାରିବ,
ଉଦରର କ୍ଷୀଣ କଷ୍ଟ କୁ, ବି ସେ ବୁଝିନେଉଥିବ ।

ସ୍ତ୍ରୀ !
ପ୍ରେମିକା ନୁହଁ ଯେ ,
ମାନ କରି ମୁହଁମୋଡି, ଓଲଟା ଫେରି ଯାଉଥିବ ,
ଲକ୍ଷେ ଇଚ୍ଛା ମାରି ସେ, ତୁମ ସହ ବାଟ ଚାଲୁଥିବ ।।

ସ୍ତ୍ରୀ !
ପ୍ରେମିକା ନୁହଁ ଯେ ,
ଛାତି କୋଣେ ପ୍ରାପ୍ତି ର, ମଶାଲ ଜାଳି ରଖୁଥିବ ,
ପରିପୂର୍ଣ୍ଣା ହୋଇ ସୁଦ୍ଧା , ସର୍ବତ୍ୟାଗ ମନ୍ତ୍ର ଜପୁଥିବ ।।।

ସ୍ତ୍ରୀ !
ପ୍ରେମିକା ନୁହଁ ଯେ ,
ରାଗି-ଋଷି ଅଧା ବାଟେ, ହାତ ଛାଡି ଦେଉ ଥିବ ,
ସାଥେ ଚାଲି ତୁମ ଆଗୁ, ଜୁଇ ସ୍ୱପ୍ନ ନିତି ଦେଖୁଥିବ ।।।।

(ତୁମେ କିନ୍ତୁ ଅହଃନିଶି , ସ୍ତ୍ରୀ ମଧ୍ୟେ ,ପ୍ରେମିକାକୁ ଖୋଜି ଚାଲୁଥିବ)

✿✿✿ ଅମିୟ ବେଜ୍, ଘଟଗାଁ , କେନ୍ଦୁଝର ✿✿✿


Rate this content
Log in