STORYMIRROR

Satyanarayan Sahoo

Others

3  

Satyanarayan Sahoo

Others

ତ୍ରିପୁରା ସୁନ୍ଦରୀ

ତ୍ରିପୁରା ସୁନ୍ଦରୀ

1 min
134


ଜୟ ଜୟ ମାଆଲୋ ତ୍ରିପୁରା ସୁନ୍ଦରୀ

 ସୁନ୍ଦର ଚାରୁ ରୂପସୀ

ଦର୍ଶନରେ ମାଗୋ ତୋ ରୂପ ଲାବଣ୍ୟ

ମନ ମୀନକୁ ବଡଶୀ ।


ପରା ଏ ଆକର୍ଷି ଧରି ନେଇ ରଖୁ

ମାଆଲୋ ଷୋଡଶ ବୟସୀ

ଆର।ଧିଲେ ତୋତେ ପୂଜା ଆରାଧନା

ପାପ ତାପ ଦୁଃଖ ନାଶି ।


ସବୁ କାଳେ ତୋର ବୟସ ଯେ ସ୍ଥିର

ରହିଣଥାଏ ଶୋଳରେ

ଅଶେଷ ବିଭୂତି ପ୍ରଦାନକାରୀ ତୁ

ମା' ଲୋ ତୋତେ ଭକ୍ତି କଲେ ।


ପରମ ତୃପ୍ତି ରେ ଶୁଭାଶିଷ ଧାରା

ଢାଳି ଦେ ଉ ଭକ୍ତ ପ୍ରତି

ନମୋ ନମଃ ମାଆଲୋ ତ୍ରିପୁରା ସୁନ୍ଦରୀ

ଘେନ ମୋ ଭକ୍ତି ପ୍ରଣତି ।


ଦଶ ମହବିଦ୍ୟା ମଧ୍ୟରେ ତୃତୀୟ

ମହାବିଦ୍ୟା ମାଆଲୋ ତୁହି 

ଚଣ୍ଡିକା ନାମରେ ଭକ୍ତ ତାନ୍ତ୍ରିକରେ

 ଅଭିହିତ ଥାଉ ହୋଇ ।


ଷୋଡଶ ଉପଚାରରେ ହୁଏ ପୂଜା

ଯୋଗିନୀ ତନ୍ତ୍ରରେ ମନ୍ତ୍ର

ପଢି କ।ପ।ଳିକ ଭକତ ତାନ୍ତ୍ରିକ

ସେବନ୍ତି ତୋତେ ଲୋ ରାତ୍ର । 


ନମସ୍ତେ ନମସ୍ତେ ମାତ ଲୋ ତ୍ରିପୁରା

ଦିଅନ୍ତି ବଳି କୁକୁଡ଼ା

ନୈବେଦ୍ୟ ଅର୍ପଣ ପୂର୍ବକ ଜଣାଣ

କରିଣ ଭୋଗ ଉଖୁଡା ।


ଆରପି ତୋ ପାଦେ ଅର୍ଘ୍ୟ ଦେଇ ଥାନ୍ତି

ଆଲୋ ଲୋ ମାତ ତ୍ରିପୁରା

ସୁପ୍ରସନ୍ନେ ତୁହି ବର ଥାଉ ଦେଉ

ଭକତ ଜନେ ଲୋ ମାଆ ।



Rate this content
Log in