STORYMIRROR

Pranati Mahapatra

Others

4  

Pranati Mahapatra

Others

ଆଉ କି ଆସିବ ଫେରି

ଆଉ କି ଆସିବ ଫେରି

1 min
107



ମୋ ଗାଆଁ ମାଟି ମୋ ମାଆ କୋଳ

ମୋ ପିଲାଦିନର ବେଳ,

ହୁଏନା ଭୁଲି ସେ ସାଥି ମେଳ

ଗାଆଁର ପାଣି ଖେଳ।

ବାହାନା ଥାଏ ମାଆ ପାଖରେ 

ଦ୍ଵିପହର ବେଳେ,

ଗାଧୁଆ ତୁଠ ନଇ କୂଳରେ 

ବଉ ବଉକା ଖେଳ ,

ସାଙ୍ଗ ସାଥିରେ ପାଣି ଛଟାରେ

ବିତାଇ ଦେଉ ବେଳ।

ପାଣି ଖେଳରେ ଥଣ୍ଡା ସର୍ଦ୍ଦିରେ

କାଳେ ଭୋଗିବୁ କ୍ଳେଶ,

(ଥାଏ ତାଗିଦ୍ ମାଆର ପରା)

ଖରାରେ ଛେପ ପକେଇ ଯାଅ

ଶୁଖିବା ଆଗୁ ଆସ।

ପାଣିଫୋଟକା,ଚିତା ପହଁରା

ବୁଡା ପହଁରା ଦେଉ,

କୂଳରୁ ଡେଇଁ ସାଧନ ଭାଙ୍ଗୁ

କରାମତି ଦେଖାଉ।

କଲେଇ ଖୋଜୁ,ସିଙ୍ଗଡା ତୋଳୁ

ବାଲି ଚିଙ୍ଗୁଡ଼ି ଧରୁ,

ବାଲି ଅଣ୍ଡାଳି ପଇସା ଖୋଜୁ

ମଜା ଯେ କେତେ କରୁ।

ବୁଡା ସିନାନ ପାରିଣ ଆମେ

କେଶକୁ ଓଦା କରୁ,

ମାଆ ଭୟରେ ଖରା ତେଜରେ

ପାଣି ଶୁଖାଉ କେଶରୁ।

ସୁନା ପିଲାଟି ପରି ଗାଧୋଇ

ଆସଇ ସାଥୀ ହୋଇ,

କାଲିକୁ ପୁଣି ପାଣି ଖେଳିବା

ପାଇଁ କଥାକୁ ଦେଇ।

ସୁଲୁସୁଲିଆ ବାଆର ମଜା

କାଚ କେନ୍ଦୁର ପାଣି,

ଫେରି ଆସନ୍ତା ସେ ପିଲାଦିନ

ମନେ ହେଉଛି ଭାଳି।

 ଚୋର ପୁଲିସ ଖେଳଟି ଭାରି

ମଜାଦାର ଖେଳ ଥାଏ,

ଚୋରଗୁଡିକ ପାଣି ଭିତରେ

ମଥା ବୁଡି ଲୁଚିଥାଏ।

ପୁଲିସ ବାବୁ ପାଣିରେ ବୁଡି

ଚୋର ଖୋଜିବା ବେଳେ,

ଚୋର ମାନେ ତ ପାଣିରୁ ଧାଇଁ

ଘର ମୁହଁରେ ପହଞ୍ଚି ଯାନ୍ତି ହେଳେ।

ସେକାଳ କଥା ବାଘ ଖାଏ ଯେ

ଏବେ ଭାବିଲେ କିସ,

ଆଉ କି ଫେରି ଆସିବ ମୋର ପିଲାଦିନ ଖୁସି ବାସ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍