ଶେଷ ବିଦାୟ
ଶେଷ ବିଦାୟ
ଏତେ ବିସ୍ମିତ କାହିଁକି ?
ଏହି ସମୟକୁ ତ ତମେ ଅପେକ୍ଷା କରିଥିଲ
ହାତ ପ୍ରସାରି ବାରମ୍ବାର ଡାକୁଥିଲ
ମନ ସହ ମନକୁ ମିଶାଇବା ପାଇଁ ।
ପ୍ରେମର ଯେଉଁ ସରଳରେଖା ତୁମେ ଟାଣିଥିଲ
ଆଉ ଗାେଟେ ବିନ୍ଦୁ ମୁଁ ଯାେଡିଦେଲି
ଏବଂ ଲମ୍ବାଇଦେଲି ମାେ ହୃଦୟ ରୁ
ତୁମ ହୃଦୟ ପର୍ଯ୍ୟନ୍ତ ।
ପ୍ରତିଥର ମନକୁ ରାେକିବାକୁ ଚାହିଁଲି
କେତେ ଯେ ଦୁଃଖ
କେତେ ଯେ ଯନ୍ତ୍ରଣା ପାଇଲି
ତୁମର ସେଇ କେଇପଦ କଥାରେ ।
ଶେଷରେ ନିର୍ଣ୍ଣୟ କରିବାକୁ ପଡିଲା
ତୁମେ ଏକା ମାେର କେବଳ ମାେର
ଇଶ୍ବରଂକ ଇଚ୍ଛା ବିରୁଦ୍ଧରେ
କିଏ କେବେ ଯାଇଛି ନା ଯିବ ?
ଆଜି ମୁଁ ମାେର ସର୍ବସ୍ବକୁ
ପଛକୁ ଫିଙ୍ଗି ଦେଇ
ଚାଲିଆସିଛି ତୁମ ହୃଦୟର
ଲମ୍ବା ବଖରାକୁ ।
ସେଇ ସ୍ଥାନ କୁ ମୁଁ
ନିଜର କରିବାକୁ ଚାହେଁ
ଛଳନା କି କପଟରେ ନୁହଁ
ବରଂ ସ୍ବଚ୍ଛ , ପବିତ୍ର ଓ ପ୍ରେମରେ ।
ଅନେକ ବିଳମ୍ବ ହାେଇ ସାରିଛି ପ୍ରିୟା !
ଆଉ ଫେରିହେବନି ପଛକୁ
ତୁମକୁ ନିଜର କରିବାର ସ୍ବପ୍ନ ଦେଖି ଦେଖି
ଶେଷରେ ହାରିଯାଇଛି ଦୁନିଆଁ ଠାରୁ ।
ଅଳ୍ପ ଦିନର ଅତିଥି କେବଳ ମୁଁ
ବାହୁଡା ବେଳ ମାେର ଆସିଯାଇଛି
ଦୁନିଆଁ ତ ବିଦାୟ ଦେଇସାରିଲାଣି
ଏବେ ତୁମେ ମଧ୍ୟ ବିଦାୟ ଦେଇ ଦିଅ ପ୍ରିୟା ।
ଫେରିଯିବି ମତେ ଅଭିମାନ କରି ରହିଥିବା
ମାେର ସେହି ଆତ୍ମୀୟଂକ ପାଖକୁ
ସବୁ ଖୁସି ନେଇଯାଅ ଏବଂ ଖୁସିରେ ରୁହ ପ୍ରିୟା
ମୁଁ ଯାଉଛି ମତେ ବିଦାୟ ଦିଅ ।
ମତେ ବିଦାୟ ଦିଅ...