STORYMIRROR

Kalpana Kumari Pradhan

Others

3  

Kalpana Kumari Pradhan

Others

ବାସ୍ତବତା

ବାସ୍ତବତା

1 min
224

ଖୋଜିବୁଲେ କୋଳାହଳ ମଧ୍ୟେ ନୀରବତାକୁ

କଳକାରଖାନର ଭୀମ ଗର୍ଜନ ଭିତରେ ପକ୍ଷୀର

       ମଧୁର କାକଳୀକୁ l

ଯୌବନର ଉଛୁଳା ଯୁଆରେ ଅତିନ୍ଦ୍ରୀୟ ପ୍ରେମକୁ

 ଦେହ ସର୍ବସ୍ୱ ପ୍ରେମକୁ ନୁହେଁ ଆତ୍ମିକ ପ୍ରେମ

         ପ୍ରଣୟ ବୋଧକୁ l

ହସ ହସ ମୁଖ ଭିତରେ ଥିବା ଗଭୀର ବେଦନାକୁ

ଛଳ ଛଳ ନୟନ ହଜିଥିବା ଲୁହର ସେହି

     ଗଭୀର ସାଗରକୁ l

ଜହ୍ନର ଅପୂର୍ଵ ରୂପ ମଧ୍ୟେ ଥିବା କଳଙ୍କ ଚି଼ହ୍ନକୁ

 ଆଡ଼ମ୍ବର ପୂର୍ଣ୍ଣ ଜୀବନ ଭିତରେ ଥିବା ବିଷାଦ

      ନୈରାଶ୍ୟ ବୋଧକୁ l

ବୁଝିଛି ପୁଣି ଜୀବନର ଏହି ନିଷ୍ଠୁର ବାସ୍ତବତାକୁ

ଫେରୁଛି ପୁଣି ହୃଦୟରେ ବହି 

ଓଜନିଆ କର୍ତ୍ତବ୍ୟର ଆହ୍ୱାନକୁ l

   



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ