Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

2  

Minakshi Samal

Others

ଝାଞ୍ଜି ଖରା

ଝାଞ୍ଜି ଖରା

1 min
209


ବୟାଳିଶି ଡିଗ୍ରୀ ଛୁଇଁଲାଣି ତାତି

ଝାଞ୍ଜି ଖରା ବଡ ଟାଣ ଲାଗେ

ଝାଳ ଲତପତ ଶରୀରରୁ ଖାଲି

ଟପଟପ ଝାଳ ବୁହେ ବେଗେ ।

ପଶୁପକ୍ଷୀ ଶୋର ଶବଦ ନକରି

ଘୁମେଇ ରହିଲେଣି ଭିତରେ

ଶ୍ରମିକ ବାପୁଡା ନାଚାର ଅଟଇ

କାମ କରିବାକୁ ଅଣ୍ଟା ଭିଡେ ।

ଲେମ୍ବୁପାଣି ଟିକେ ପିଇଦେଲେ 

ଶରୀରକୁ ମିଳେ ଟିକେ ଶକ୍ତି

ପଖାଳ ମୁଠାଏ ପେଟରେ ପଡିଲେ

ମନ ହୋଇଯାଏ ଶାନ୍ତି ।

ଛତାଟାଣି ବାହାରକୁ ବାହାରିଲେ

ମୁଣ୍ଡଫଟା ଖରା ଦାଉ

ଲାଘବ ହୁଅଇ ଅନେକ ମାତ୍ରାରେ

ଆରାମ ଟିକିଏ ପାଉ ।

ଏ ନିଦାଘ ବଡ ଦୁଃସହ ଅଟଇ

ସହିହେଉ ନାହିଁ ଜମା

ବରଷା ଆସିଲେ କଷ୍ଟ ଦୂରହେବ

ପ୍ରକୃତି ରାଣୀ ମହିମା ।


Rate this content
Log in